ଚଳିତବର୍ଷ ଧୂମଧାମରେ ପାଳିତ ହେବ ଗଣେଶ ପୂଜା । ମେଲୋଡି ଏବଂ ପୂଜାର୍ଚ୍ଚନାରେ କମ୍ପି ଉଠିବ ପରିବେଶ । ଚଳିତବର୍ଷ ପୂଜାରେ ଆଉ ରହିବନି କୋଭିଡ କଟକଣା । ଶତାଧିକ ଲୋକଙ୍କୁ ନେଇ କରାଯାଇପାରିବ ପୂଜା । ପରଦା ଆଢୁଆଳରେ ନୁହେଁ , ସିଧାସଳଖ ଗଜାନନଙ୍କୁ ଦର୍ଶନ କରିବେ ଭକ୍ତ । ପୂର୍ବ ବର୍ଷ ଅପେକ୍ଷା ବର୍ତ୍ତମାନ କୋଭିଡ ପରିସ୍ଥିତି ବଦଳି ଥିବାରୁ ଗଣେଷ ପୂଜାରେ କୋଭିଡ କଟକଣା ରହିବ ନାହିଁ । ଗଣେଷ ପୂଜାକୁ ନେଇ ଏଭଳି କିଛି କହିଛନ୍ତି ବିଏମସି କମିଶନର ।

LEAVE A REPLY

Please enter your comment!
Please enter your name here