ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଖୁବ ଆନନ୍ଦ ଉତ୍ସାହର ସହ ପାଳନ ହୋଇଯ଼ାଇଛି I ସମ୍ବଲପୁରରେ ମା ସମଲାଇଙ୍କ ପାଖରେ ନିର୍ଦ୍ଧାରିତ ଲଗ୍ନ ସମଯରେ ନବାନ୍ନ ଲାଗି ହେବା ପରେ ଘରେ ଘରେ ନୂଆଁଖାଇ ଉତ୍ସବ ମନାଇଥିଲେ ପଶ୍ଚିମ ଓଡିଶାବାସୀ I ନାନାଦି ସ୍ବାଦିଷ୍ଟ ବ୍ୟଞ୍ଜନ ରାନ୍ଧି ଘରେ ଏକାଠି ଖାଇବାର ପରଂପରା ହେଉଛି ନୂଆଁଖାଇ I ସାଧାରଣ ଲୋକ ଠାରୁ ସମ୍ଭ୍ରାନ୍ତ ପରିବାର ସମସ୍ତେ ଏହି ପରଂପରା ପାଳନ କରିଥାନ୍ତି I ସମ୍ବଲପୁର, ବରଗଡ, ବଲାଙ୍ଗୀର ସବୁଠି ନୂଆଁଖାଇର ଏହି ପରଂପରା ପାଳନ ପାଇଁ ବହୁ ଆଗରୁ ପ୍ରସ୍ତୁତି ହୋଇଥାଏ I ଏକାଠି ବସି ନୂଆଁ ଖାଇବା ପରେ ସାନମାନେ ବଡମାନଙ୍କୁ ଜୁହାର କରିବାର ପରଂପରା ରହିଛି I କୋଭିଡ କଟକଣା ପାଇଁ ଦୁଇବର୍ଷ ଧରି କଟକଣା ଥିବା ଯ଼ୋଗୁ ଚଳିତବର୍ଷ ନୂଆଁଖାଇ ଖୁବ୍ ଧୂମଧାମରେ ପାଳନ ହେଉଛି I
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆଁଖାଇ ଅବସରରେ ଅଭିନନ୍ଦନ ଜଣାଇବା ସହ ପଶ୍ଚିମ ଓଡିଶାବାସୀଙ୍କ ପାଇଁ ସୁଖ ଓ ସମୃଦ୍ଧିର ଦିନ ହେଉ ବୋଲି କାମନା କରିଛନ୍ତି I

LEAVE A REPLY

Please enter your comment!
Please enter your name here