ଭାରତୀୟ ନୌସେନାରେ ସାମିଲ ହେଲା ଆଏନଏସ ବିକ୍ରାନ୍ତ I ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏୟାରକ୍ରାଫ୍ଟ କ୍ୟାରିଅର ଆଇଏନ୍ଏସ୍ ବିକ୍ରାନ୍ତକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆନୁଷ୍ଠାନିକ ଭାବେ ନୌସେନାରେ ସାମିଲ କରିଛନ୍ତି I ବିକ୍ରାନ୍ତ ସାମିଲ ହେବା ପରେ ଭାରତୀୟ ନୌସେନାର ଶକ୍ତି ବୃଦ୍ଧି ପାଇଛି । ସଂପୂର୍ଣ୍ଣ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଆଇଏନଏସ ବିକ୍ରାନ୍ତର ଲମ୍ବ ରହିଛି 262 ମିଟର ଏବଂ ଚଉଡା ରହିି 62 ମିଟର । ଦେଶର ସବୁଠାରୁ ବଡ ବିମାନ ବାହକ ଜାହଜ ନିର୍ମାଣ ପାଇଁ ଖର୍ଚ୍ଚ ହୋଇଛି 20 ହଜାର କୋଟି ଟଙ୍କା । ଜାହଜରେ ରହିଛି 2300 କମ୍ପାର୍ଟମେଣ୍ଟ ଏବଂ 1700 କର୍ମଚାରୀ । ଏକାସାଙ୍ଗରେ 30 ଟି ଯୁଦ୍ଧ ଜାହଜ ବହନ କରିବାର କ୍ଷମତା ରଖିଛି ବିକ୍ରାନ୍ତ ।
ବିକ୍ରାନ୍ତର ଓଜନ ରହିଛି 45 ହଜାର ଟନ୍ । ଘଣ୍ଟା ପ୍ରଚି ଏହାର ବେଗ 52 କିଲୋମିଟର ରହିଛି । 2009ରେ ଏହି ଯୁଦ୍ଧ ଜାହଜ ନିର୍ମାଣ ଆରମ୍ଭ ହୋଇଥିଲା । ଜାହଜ ଭିତରେ ହସପିଟାଲ, ଆଇସିୟୁ ବ୍ୟବସ୍ଥା ମଧ୍ୟ ରହିଛି ।
ଆତ୍ମନିର୍ଭର ଭାରତର ଏହା ସବୁଠୁ ବଡ ଉଦାହରଣ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

LEAVE A REPLY

Please enter your comment!
Please enter your name here