ଗାଡିଚଳାଉ ଥିବା ସମସ୍ତଙ୍କ ପାଇଁ ଜରୁରୀ ସୂଚନା । ନୂଆ ନମ୍ବର ପ୍ଲେଟ ଲଗାଇନଥିଲେ କଟିବ ଫାଇନ୍ । ଅକ୍ଟୋବରରୁ କଡାକଡି ହେବ ଚେକିଂ । ଗାଡି ଚାଳକଙ୍କ ପାଇଁ ସରକାର ଯେଉଁ ନିୟମ ଆଣଛନ୍ତି । ସେହି ଅନୁସାରେ ଏଣିକି ସାଧାରଣ ନମ୍ବର ପ୍ଲେଟ ବଦଳରେ ଆପଣ ନିଜ ନିଜ ଗାଡିରେ ଲଗାଇବେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ । ଯଦି ନିୟମ ମାନିବେନି । ତେବେ ହଜାରେ କି ଦୁଇ ହଜାର ନୁହେଁ ସିଧା ୫ହଜାର ଉପରେ କଟିବ ଫାଇନ୍ । ଯେଉଁ ପୁରୁଣା ଗାଡିର ନମ୍ବର ୧୨୩ ଆଉ ୪ରେ ଶେଷ ହେଉଛି ସେମାନେ ସେପ୍ଟେମ୍ବର ୩୦ ସୁଦ୍ଧା ନିଜ ନିଜ ଗାଡିରେ ନୂଆ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବାକୁ ବାଧ୍ୟ । ଯଦି ଆପଣ ନିର୍ଦ୍ଧାରିତ ସମୟରେ ଗାଡିର ନମ୍ବର ପ୍ଲେଟ୍ ବଦଳାଇବେ ନାହିଁ । ତେବେ ବାଟରେ ଗଲାବେଳେ ଟ୍ରାଫିକ ପୋଲିସ ଆପଣଙ୍କୁ ଅଟକାଇବ । ଯେଉଁ ଗାଡି ନମ୍ବର ୫ ଏବଂ ୬ ନମ୍ବରରେ ଶେଷ ହେଉଛି ସେଇ ଗାଡି ପାଇଁ ଅକ୍ଟୋବର ୩୧ ରହିଛି ଶେଷ ତାରିଖ । ସେହିପରି ଯେଉଁ ଗାଡିର ନମ୍ବର ୭ ଓ ୮ରେ ଶେଷ ହେଉଛି ସେଇ ଗାଡି ଚାଳକମାନେ ନଭେମ୍ବର ୩୦ ସୁଦ୍ଧା ନିଜ ଗାଡିରେ ନୂଆ ନମ୍ବର ପ୍ଲେଟ୍ ଲଗାଇବେ । ସେହିପରି ୯ ଏବଂ ୦ରେ ଶେଷ ହେଉଥିବା ଗାଡି ନମ୍ବର ଡିସେମ୍ବର ୩୧ ସୁଦ୍ଧା ଗାଡିରେ ନୂଆ ନମ୍ବର ପ୍ଲେଟ୍ ଲଗାଇବେ ।

LEAVE A REPLY

Please enter your comment!
Please enter your name here