ଜବତ ହୋଇଥିବା ଔଷଧ ନକଲି । ଟେଲମା 40 ଔଷଧ ଜବତ କରିବା ପରେ ଟେଷ୍ଟିଂ ପାଇଁ ଡ୍ରଗ୍ସ କଣ୍ଟ୍ରୋଲରଙ୍କ ପକ୍ଷରୁ ଲାବକୁ ପଠାଯାଇଥିଲା । ଆଜି ତାର ରିପୋର୍ଟ ଆସିଛି । ମିଳିଥିବା ରିପୋର୍ଟ ଅନୁଯାୟୀ ଉକ୍ତ ଔଷଧ ନକଲି ଏବଂ ସ୍ବାସ୍ଥ୍ୟ ପାଇଁ ହାନୀକାରକ । ନକଲି ଔଷଧ କାରବାର ରୋକିବା ପାଇଁ ସ୍ବତନ୍ତ୍ର ଗାଇଡଲାଇନ ଜାରି ହୋଇଛି । ଭୁବନେଶ୍ବର ଡ୍ରଗ୍ସ କଣ୍ଟ୍ରୋଲର ଏହି ଗାଇଡଲାଇନ ଜାରି କରିଛନ୍ତି । ଏଣିକି ସମସ୍ତ ଔଷଧ ବିକ୍ରେତା, ବିତରକ ଓ ଷ୍ଟକିଷ୍ଟଙ୍କୁ ନୋଟିସ ଜାରି କରାଯାଇଛି । ସମସ୍ତ ଔଷଧ କଂପାନୀ ନିଜର ଦସ୍ତାବିଜ ଦାଖଲ କରିବାକୁ କୁହାଯାଇଛି । ପ୍ରସ୍ତୁତ ହେଉଥିବା ଔଷଧ ଅସଲି ବୋଲି ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here