ଗାନ୍ଧି ପରିବାରରୁ କେହି କଂଗ୍ରେସ ସଭାପତି ହେବେନାହିଁ । ରାହୁଲ ଓ ସୋନିଆ ଗାନ୍ଧୀ କଂଗ୍ରେସ ସଭାପତି ନିର୍ବାଚନ ଲଢିବାକୁ ମନା କରିବା ପରେ ଏବେ ରାଜି ହୋଇଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । କଂଗ୍ରେସର ସଭାପତି ନିର୍ବାଚନ ସେ ଲଢିବେ । ଆଜି କେରଳ , କୋଚିରେ ରାହୁଲ ଗାନ୍ଧିଙ୍କ ସହ ଆଲୋଚନା କରିବା ପରେ ଏ କଥା ସ୍ପଷ୍ଟ କରିଛନ୍ତି । ରାହୁଲଙ୍କ ସହ ଆଜି ଦିଲ୍ଲୀ ଯିବେ ଗେହଲଟ ଏବଂ ସୋନିଆ ଗାନ୍ଧିଙ୍କୁ ଦେଖାକରିବା ସହିତ ଦଳର କିଛି ବରିଷ୍ଠ ନେତାଙ୍କୁ ଭେଟି ଆଲୋଚନା କରିବେ । ଯଦି ଗେହଲଟ ସଭାପତି ହୁଅନ୍ତି ତାହେଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦ ଛାଡିବେ ବୋଲି ସୂଚନା ମିଳିଛି । ଏଭଳି ପରିସ୍ଥିତିରେ ବରିଷ୍ଠ ନେତା ସଚିନ ପାଇଲଟଙ୍କୁ ଦଳ ରାଜସ୍ଥାନ ମୁଖ୍ୟମନ୍ତ୍ରୀ କରିପାରେ । ଏବେ କଂଗ୍ରେସର ପରବର୍ତ୍ତୀ ସଭାପତି ନିର୍ବାଚନ ସହିତ ରାଜସ୍ଥାନ ମୁଖ୍ୟମନ୍ତ୍ରୀ କିଏ ହେଉଛନ୍ତି ତା ଉପରେ ସମସ୍ତଙ୍କ ନଜର । ଏହା ପୂର୍ବରୁ ଶଶି ଥରୁର କଂଗ୍ରେସ ସଭାପତି ପାଇଁ ନିର୍ବାଚନ ଲଢିବାକୁ ମନସ୍ଥ କରିଛନ୍ତି । ତେଣୁ ଏଥର କଂଗ୍ରେସର ସଭାପତି ନିର୍ବାଚନରେ ଥରୁର ଏବଂ ଗେହଲଟଙ୍କ ମଧ୍ୟରେ ଲଢେଇ ହେବାର ସମ୍ଭାବନା ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here