ଶାଶୂଘର ଛାଡିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ସାଂସଦ ଅନୁଭବ ମହାନ୍ତି ଏବଂ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦର ଶୁଣାଣି କରି ମାସେ ଭିତରେ ଘର ଛାଡିବାକୁ ଅଗଷ୍ଠ ୩୦ରେ ଅଦାଲତ ନିର୍ଦ୍ଦେଶ ଦେଇଥିଲେ । ଶୁକ୍ରବାର ଏହି ସମୟ ସୀମା ପୁରଣ ହୋଇଥିବାବେଳେ ବର୍ଷା ଶାଶୂଘର ଛାଡି ନିଜ ଘରକୁ ଚାଲିଯାଇଛନ୍ତି । ପୋଲିସ ଉପସ୍ଥିତିରେ ଘରେ ପ୍ରବେଶ କରିବା ପାଇଁ ଅନୁଭବ ପୁରୀ ଘାଟ ଥାନାରେ ଲିଖିତ ଭାବରେ ଆବେଦନ କରିଛନ୍ତି । କଟକ ପରିବାର ଅଦାଲତରେ ସାଂସଦ ଅନୁଭବ ମହାନ୍ତି ଏବଂ ତାଙ୍କର ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମାମଲାର ବିଚାର ଚାଲିଛି । ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ଉଭୟଙ୍କ ମଧ୍ୟରେ ମଧ୍ୟସ୍ଥତା ଜରିଆରେ ବିବାଦର ସମାଧାନ ପାଇଁ ଉଦ୍ୟମ ହୋଇଥିଲା ।

LEAVE A REPLY

Please enter your comment!
Please enter your name here