ଫିଫା ଅଣ୍ଡର ୧୭ ମହିଳା ବିଶ୍ୱକପରେ ଭାରତର ଲଜ୍ଜାଜନକ ପରାଜୟ । ଆୟୋଜକ ଭାରତକୁ ରେକର୍ଡ ୮-୦ରେ ପରାସ୍ତ କରିଛି ଆମେରିକା । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ପ୍ରଥମଥର ପାଇଁ ଫିଫା ବିଶ୍ୱକପ ଖେଳୁଥିବା ଭାରତୀୟ ମହିଳା ଦଳକୁ ଆମେରିକା ରେକର୍ଡ ୮-୦ରେ ପରାସ୍ତ କରିଛି ।

ପୂର୍ବରୁ କୌଣସି ଅଣ୍ଡର ୧୭ ମ୍ୟାଚ୍‌ରେ ଭାରତୀୟ ମହିଳା ଦଳ ଏଭଳି ଲଜ୍ଜାଜନକ ଭାବେ ପରାସ୍ତ ହୋଇ ନଥିଲା । କଳିଙ୍ଗ ଷ୍ଟାଡିଅମରେ ଖୁବ କରତାଳି ଭିତରେ ଷ୍ଟାଡିଅମ ଭିତରକୁ ଓହ୍ଲାଇଥିଲେ ଭାରତୀୟ ମହିଳା ଦଳ । ମାତ୍ର ଆରମ୍ଭରୁ ଆମେରିକା ବାଳିକାଙ୍କ ଜଲଓ୍ବା ଦେଖିବାକୁ ମିଳିଥିଲା । ଭାରତୀୟ ଟିମ୍ ଗୋଟିଏ ବି ଗୋଲି ଦେଇ ନ ପାରିବା ପ୍ରଶଂସକଙ୍କୁ ନିରାଶ କରିଥିଲା ।

LEAVE A REPLY

Please enter your comment!
Please enter your name here