କଳିଙ୍ଗ ଷ୍ଟାଡିୟମରେ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କୁ ଅପମାନ । ଆଜି ୧୭ ବର୍ଷରୁ କମ ଫୁଟବଲ ବିଶ୍ୱକପ ମ୍ୟାଚ୍ ଦେଖିବାକୁ ଯାଇଥିଲେ ସୁର ରାଉତରାୟ । ସରକାର ପାସ୍ ପାଖରେ ଥାଇ ମଧ୍ୟ ସୁରଙ୍କୁ ଷ୍ଟାଡିୟମରେ ଏଣ୍ଟ୍ରି କରାଯାଇନଥିଲା । ଜଣେ ବିଦେଶୀ ସୁରକ୍ଷା କର୍ମୀ ସୁରଙ୍କୁ ଅପମାନିତ କରିଥିବା ଅଭିଯୋଗ ହୋଇଛି । ପାସରେ ପଶି ହେବନି ବୋଲି ରୋକଠୋକ ମନା କରିଦେଇଥିଲେ ସୁରକ୍ଷା କର୍ମୀ । ଏମିତିଙ୍କୁ ତାଙ୍କୁ ଜବରଦସ୍ତ ଭିଡି ଆଣି ବାହାର କରିଥିବା ସୁର ରାଉତରାୟ ଅଭିଯୋଗ କରିଛନ୍ତି । ଆଥଲେଟିକ ଆସୋସିଏସନ ସଭାପତି ଭାବେ ପାସ୍ ପାଇଥିଲେ ସୁର । ଏଭଳି ଘଟଣା ପାଇଁ ସରକାରଙ୍କୁ ଦୋଷାରୋପ କରିଛନ୍ତି ବିଧାୟକ ସୁର । ଅପମାନ ପାଇଁ ନବୀନ ସରକାର ଏବଂ ମ୍ୟାନେଜମେଣ୍ଟ ଦାୟୀ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here