ଦୀପାବଳି ପାଇଁ ଦିଲ୍ଲୀରେ ପ୍ରବଳ ଟ୍ରାଫିକ ଜାମ । ଯୁଆଡେ ଦେଖିବେ ଗାଡତର ଲମ୍ବା ଲାଇନ୍ । ଶୁକ୍ରବାର ମାର୍କେଟିଂ ପାଇଁ ଏକ ବିରାଟ ଜନସମାଗଗ ହୋଇଥିଲା । ଯେଉଁଥିପାଇଁ ଦିଲ୍ଲୀ ଗୁରୁଗ୍ରାମ ଏକ୍ସପ୍ରେସୱେରେ ପ୍ରବଳ ଟ୍ରାଫିକ ଜାମ୍ ଦେଖିବାକୁ ମିଳିଥିଲା । ପ୍ରାୟ ୬କିଲୋମିଟର ପର୍ଯ୍ୟନ୍ତ ଲମ୍ବା ଜାମ୍ ହୋଇଥିଲା । ଏଥିରେ ଆମ୍ବୁଲାନ୍ସ ଫସି ରହିଥିଲା ।
ଭିଡକୁ ଦୃଷ୍ଟିରେ ରଖି ଦିଲ୍ଲୀ ଟ୍ରାଫିକ ପୋଲିସ ଆଡଭାଇଜରୀ ଜାରି କରିଛି । ୯ଟା ୧୫ରୁ ୧୦ଟା ୧୫ ପର୍ଯ୍ୟନ୍ତ ଗୁରୁଗାଁଓ ରୋଡ୍‌, ଧଉଳା କୁଆଁ ଫ୍ଲାଏ ଓଭର, ଆକବର ରୋଡ୍‌, ଏସପି ମାର୍ଗ, ମଦର ଟେରେସା କ୍ରିସେଣ୍ଟ, ତିନମୂର୍ତ୍ତି, କୌଟିଲ୍ୟ ରୋଡରେ ଯାତାୟତ ନକରିବା ପାଇଁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here