ଥମିଛି ଦାରୁଠେଙ୍ଗରେ ଉତ୍ତେଜନା । ରାସ୍ତାରୋକରୁ ହଟିଛନ୍ତି ସ୍ଥାନୀୟ ଲୋକେ । ଆଜି ବିଏମସି ଅଳିଆ ଗାଡି ଧକ୍କାରେ ଆଜି ପୁଣି ଜଣଙ୍କର ଜୀବନ ଯାଇଛି । ଏହାପରେ ଘଟଣାସ୍ଥଳରେ ବିରୋଧ ପ୍ରଦର୍ଶନ କରିଥିଲେ ଲୋକେ । ଘଟଣାସ୍ଥଳରେ ବିଏମସି କମିଶନର ଓ ମେୟର , ବିଧାୟକ ସୁର ରାଉତରାୟ ପଞ୍ଚି ଦାରୁଠେଙ୍ଗବାସୀଙ୍କ ସହ ଆଲୋଚନା କରିଥିଲେ । ଆଲୋଚନାରେ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯିବା ସହିତ ପରିବାରର ଜଣଙ୍କୁ ଚାକିରୀ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ମେୟର ସୁଲୋଚନା ଦାଶ । ଏହାସହ ଡମ୍ପିଂୟାର୍ଡ ଅଞ୍ଚଳରେ ଟ୍ରାଫିକ ବ୍ୟବସ୍ଥା ନହେବା ଯାଏଁ ଡମ୍ପିଂୟାର୍ଡ ବନ୍ଦ ରହିବ ବୋଲି ଘୋଷଣା କରିଛନ୍ତି ମେୟର ।
ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗରେ ଥିବା ଭୁଆସୁଣୀ ଡମ୍ପିଂୟାର୍ଡ ଗାଡି ଧକ୍କାରେ ଆଜି ସକାଳେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା । ଦୁଇ ମାସ ତଳେ ଡମ୍ପିଂୟାର୍ଡ ଗାଡି ଧକ୍କାରେ ଜଣେ ଯୁୁବକଙ୍କର ମୃତ୍ୟୁ ହୋଇଥିଲା ।

LEAVE A REPLY

Please enter your comment!
Please enter your name here