ଦକ୍ଷିଣ କୋରିଆର ରାଜଧାନୀ ସିୱେଲରେ ହାଲୋୱିନ୍ ପର୍ବ ପାଳନ ବେଳେ ଅଘଟଣ । ପ୍ରବଳ ଦଳାଚକଟା ଯୋଗୁଁ ଏପର୍ଯ୍ୟନ୍ତ ୧୫୦ ଜଣଙ୍କ ଜୀବନ ଚାଲିଯାଇଛି । ୧୦୦ ଲୋକ ଆହତ ହୋଇଛନ୍ତି । ଶନିବାର ଦିନ ସିଓଲର ଇଟେଓନରେ ହାଲୋୱିନ୍ ପର୍ବ ପାଳନ ଚାଲିଥିଲା। କରୋନା ପାଇଁ ଗତ ୨ ବର୍ଷ ଧରି ପାଳନ ହୋଇନଥିବା ବେଳେ ଏଥର ବେଶ୍ ଧୁମ୍‌ଧାମରେ ପାଳନ ହେଉଥିଲା। ଏହି ପର୍ବରେ ଲକ୍ଷେରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା। କ ଗଳି ରାସ୍ତାରେ ଆଉଟ୍‌ଡୋର୍‌ରେ ଏହି ପର୍ବ ପାଳନ ଚାଲିଥିବା ବେଳେ ହଠାତ୍ କୌଣସି କାରଣରୁ ଭିଡ ଜମିଥିଲା। ପରେ ଦଳାଚକଟା ଆରମ୍ଭ ହୋଇଥିଲା। ଏତେ ସଂଖ୍ୟାରେ ଲୋକଙ୍କ ଭିଡ ଭିତରେ ନିଶ୍ୱାସପ୍ରଶ୍ୱାସ ଜନିତ ଅସୁବିଧା ହେତୁ ହଠାତ୍ କିଛି ଲୋକ ଚେତାଶୂନ୍ୟ ହୋଇପଡିଥିଲେ। ୫୦ରୁ ଅଧିକ ଜଣ ହୃଦ୍‌ଘାତର ଶିକାର ହୋଇଥିଲେ। ମୃତାହତଙ୍କ ମଧ୍ୟରେ ଅଧିକାଂଶଙ୍କ ବୟ ୨୦ରୁ ୩୦ ବର୍ଷ ମଧ୍ୟରେ ଥିବା ଜଣାପଡିଛି।
ରାଷ୍ଟ୍ରପତି ୟୁନ ସୁକ-ୟୁଲ ୟୋଙ୍ଗସାନ-ଗୁ ଜିଲ୍ଲାର ଇଟାବନ ପ୍ରଶାସନକୁ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଘଟଣା ସମୟର କିଛି ଭିଡିଓ ସୋସିଆଲ ମିଡିଆରେ ସାମନାକୁ ଆସିଛି, ଏଥିରେ ଗହଳି ଭିତରେ ରାସ୍ତା ଉପରେ ଲୋକଙ୍କ ଚିକିତ୍ସା କରାଯାଉଥିବା ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here