ଭଗବାନଙ୍କର ଏହା ଇଛା ଥିଲା । ଯାହା ଫଳରେ ଏହି ଦୁର୍ଘଟଣା ଘଟିଲା । ପୋଲର ମରାମତି ଦାୟିତ୍ୱ ନେଇଥିବା କମ୍ପାନୀ କୋର୍ଟରେ ଏମିତି କହିଛି । ଗୁଜରାଟ ମୋରବୀରେ ଥିବା ଝୁଲାପୋଲ ଖସି ପଡିବାରୁ ଏଥିରେ ୧୩୫ ଜଣଙ୍କ ଜୀବନ ଚାଲିଯାଇଛି । ଏ ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । କିନ୍ତୁ ଓରେଭା କମ୍ପାନୀର ମ୍ୟାନେଜର ଦୀପକ ପାରେଖ କୋର୍ଟରେ ଅଜବ ଯୁକ୍ତି କରିଛନ୍ତି । ସେ କହିଛନ୍ତି ଏହା ଭଗବାନଙ୍କ ଇଛା ।
ଅନ୍ୟପଟେ ମୋରବୀର ଡିଏସପି ଅଦାଲତଙ୍କୁ କହିଛି ଯେ, ପୋଲର କେବୁଲଲେ କଳଙ୍କି ଲାଗିଯାଇଥିଲା । ପୋଲର ମରାମତି ଦାୟିତ୍ୱ ନେଇଥିବା କମ୍ପାନୀ ଏହାକୁ ବଦଳାଇନଥିଲା । କମ୍ପାନୀ ଏହାକୁ ଯାଞ୍ଚ ନକରି ୨୬ ଅକ୍ଟୋବରରେ ଲୋକଙ୍କ ପାଇଁ ପୋଲ ଖୋଲିଦେଲେ । ଯଦି କେବୁଲ ମରାମତି ହୋଇଥାନ୍ତା ଏଭଳି ଦୁର୍ଘଟଣା ଘଟିନଥାନ୍ତା । ପୋଲ ମରାମତି କରିଥିବା ଓରେଭା କମ୍ପାନୀର ମିଡିଆ ମେନେଜର ଦୀପକ ପରୋଖ କୋର୍ଟକୁ କହିଛନ୍ତି କି କମ୍ପାନୀର ଏମଡି ଜଣେ ଭଲ ମଣିଷ । ସେ ୨୦୦୭ ମସିହାରେ ପ୍ରକାଶ ଭାଇଙ୍କୁ କାମର ଦାୟିତ୍ୱ ଦେଇଥିଲେ । ଏହି କାମ ପ୍ରକାଶ ଭାଇ ଠିକରେ କରିଥିବାରୁ ପୁଣି ତାଙ୍କୁ କାମ ଦିଆଯାଇଥିଲା । ପ୍ରକାଶ ଭାଇ ପୋଲର ମରାମତି କାମ ଠିକରେ କରିଥିଲେ । ହେଲେ ଏଥର ଭଗବାନଙ୍କ କୃପା ନଥିବାରୁ ପୋଲ ଭାଙ୍ଗିଗଲା ।