ବିପୁଳ ବିଜୟ ପରେ ଚାଲିଛି ସେଲିବ୍ରେସନ୍ । ଘରକୁ ଘର ବୁଲି ଧନ୍ୟବାଦ ଜଣାଉଛନ୍ତି ନବ ନିର୍ବାଚିତ ବିଧାୟକ । ଆର୍ଶିବାଦ , ଭଲ ପାଇବା ସାଉଁଟୁଛନ୍ତି ସୂର୍ଯ୍ୟବଂଶୀ । ଧାମନଗର ବିଧାୟକଙ୍କୁ ଆରଡିରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ଉପନିର୍ବାଚନରେ ବିଜୟ ହେବା ପରେ ଆଜି ଶୋଭାଯାତ୍ରାରେ ଯାଇ ବାବା ଆଖଣ୍ଡଳମଣୀଙ୍କ ଦର୍ଶନ କରିଛନ୍ତି ସୂର୍ଯ୍ୟବଂଶୀ ସୂରଜ । ଆରଡିରେ ପହଁଞ୍ଚିବା ପରେ ମହିଳା ମାନେ ଫୁଲମାଳ ଦେଇ ସୂର୍ଯ୍ୟବଂଶୀଙ୍କୁ ସ୍ୱାଗତ କରିଥିଲେ । ଗତକାଲି ପ୍ରକାଶ ପାଇଥିଲା ଧାମନଗର ଉପନିର୍ବାଚନ ଫଳାଫଳ । ବିଜେଡି ପ୍ରାର୍ଥୀ ଅବନ୍ତୀ ଦାଶଙ୍କୁ ୯ହଜାରରୁ ଅଧିକ ଭୋଟରେ ପରାସ୍ତ କରି ଧାମନଗର ଆସନକୁ ଜିତି ନେଇଛନ୍ତି ସୂର୍ଯ୍ୟବଂଶୀ ।

LEAVE A REPLY

Please enter your comment!
Please enter your name here