ଘନଉଛି ୨ ଲଘୁଚାପ । ପୁଣି ଥରେ ଅଶାନ୍ତ ହୋଇପାରେ ବଙ୍ଗୋପସାଗର । ପଛକୁ ପଛ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଏ ସମ୍ପର୍କରେ ପୂର୍ବାନୁମାନ କରିଛନ୍ତି ଆମେରିକା ପାଣିପାଗ ସଂସ୍ଥା । ଚଳିତ ସପ୍ତାହ ଶେଷ ଆଡକୁ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଏଥିପାଇଁ ପାଗ ଅନୁକୁଳ ରହିଛି ବୋଲି ସେ କହିଛନ୍ତି । ସେହିଭଳି ଆସନ୍ତା ୧୫ ତାରିଖ ବେଳକୁ ଦକ୍ଷିଣ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ଆକଳନ କରୁଛନ୍ତି ଜାସନ୍ ନିକୋଲସ । ତେବେ ସମ୍ଭାବ୍ୟ ଲଘୁଚାପ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୌଣସି ପୂର୍ବାନୁମାନ କରାଯାଇନାହିଁ ।