ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ବିଜେଡି ନେତା ଅରୂପ ପଟ୍ଟନାୟକଙ୍କୁ ଖୋଲା ଧମକ । ଗତକାଲି ସମ୍ବଲପୁରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ବେଳେ ଜୟନାରାୟଣ ମିଶ୍ରଙ୍କର ଜଣେ ମହିଳା ପୋଲିସ ଅଧିକାରୀଙ୍କ ସହ ଉଚ୍ଚବାଚ ହୋଇଥିଲା । ଜୟନାରାୟଣ ମିଶ୍ର ଓ ମହିଳା ପୋଲିସ ଅଧିକାରୀ ପରସ୍ପରକୁ ଠେଲାପେଲା କରିଥିଲେ । ମହିଳା ପୋଲିସ ଅଧିକାରୀ ଜଣକ ବିରୋଧୀ ଦଳ ନେତାଙ୍କ ଗାଲକୁ ମାଡ ମାରିଥିଲେ । ଏହି ଘଟଣାକୁ ନେଇ ରାଜନୀତି ସରଗରମ ଥିବା ବେଳେ ବିଜେଡି ନେତା ଅରୂପ ପଟ୍ଟନାୟକ ବିରୋଧୀ ଦଳ ନେତାଙ୍କ ନାଁ ନ ନେଇ କହିଛନ୍ତି, ଏ ଯୋଉ ଲୋକଟା କାଲି ଧକ୍କା ମାରିଲା, ସିଏ ଆମ ହାବୁଡରେ ପଡିନି । ମୁଁ ୟୁନିଫର୍ମରେ ନାହିଁ । ତେବେ ସେ ଲୋକଟା ଥରେ ମୋ ହାବୁଡରେ ପଡୁ .. ତାର ଅବସ୍ଥା କଣ ହେବ, ଦେଖିବ ।
ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ନାଁ ନ ନେଇ ଅରୂପ ପଟ୍ଟନାୟକ ଖୋଲାଖୋଲି ଧମକ ଦେବା ପ୍ରସଙ୍ଗକୁ ବିଜେପି ସମାଲୋଚନା କରିଛି । ବିଧାନସଭା ଅଧିବେସନ ସାମନା କରିବାର ସାହସ ବିଜେଡିର ନାହିଁ ବୋଲି ବିଜେପି କହିଛି । ତେଣୁ ଏମିତି ଢଙ୍ଗରେ ବିଜେଡି ନେତାମାନେ ନାଲି ଆଖି ଦେଖାଉଛନ୍ତି ।

LEAVE A REPLY

Please enter your comment!
Please enter your name here