ଆ କା ମା ବୈ ପାନଗୁଆ ଥୋଇ- ପାନ ଗୁଆ ତୋର.. ମାସକ ଧରମ ମୋର । ଆଜି କାର୍ତ୍ତିକ ମାସର ଶେଷ ଦିନରେ ବିଭିନ୍ନ ପୁସ୍କରଣୀରେ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ । ଚନ୍ଦ୍ରଗ୍ରହଣ ପାଇଁ ମଧ୍ୟରାତ୍ରୀ ୨ ଟାରୁ ଭୋର ୫ଟା ୪୫ ମଧ୍ୟରେ ଡଙ୍ଗା ଭସାଇଛନ୍ତି ଶ୍ରଦ୍ଧାଳୁ । ଭୁବନେଶ୍ୱର ବିନ୍ଦୁ ସାଗରରେ ଅନୁଷ୍ଠିତ ହୋଇଯାଇଛି ବୋଇତ ବନ୍ଦାଣ ଉତ୍ସବ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମନ୍ତ୍ରୀ ଅଶୋକ ପଣ୍ଡା । ସମ୍ମାନିତ ଅତିଥି ଭାବେ ମେୟର ସୁଲୋଚନା ଦାଶ , ବିଧାୟକ ଅନ୍ତ ନାରାୟଣ ଜେନା, ଓଡିଶା ମୋ ପରିବାରର ଆବାହକ ଅରୂପ ପଟ୍ଟନ୍ରାୟଙ୍କ ସମେତ କର୍ପୋରେଟରମାନେ ଯୋଗ ଦେଇଥିଲେ । ବିନ୍ଦୁ ସାଗରରେ ଡଙ୍ଗା ଭସାଇବା ପାଇଁ ଲୋକଙ୍କ ସମାଗମ ହୋଇଥିଲା ।

LEAVE A REPLY

Please enter your comment!
Please enter your name here