ଇଡିରେ ହାଜର ହେଲେ ପ୍ରଯୋଜକ ଅକ୍ଷୟ ପରିଜା । ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ବ୍ଲାକମେଲ ମାମଲାରେ ଫିଲ୍ମ ପ୍ରଡ୍ୟୁସର ଅକ୍ଷୟ ପରିଜା ଇଡି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି । ବ୍ଲାକମେଲିଂ , ହନିଟ୍ରାପ ଓ ଅର୍ଥ କାରବାର ମାମଲାରେ ହଜାର ହୋଇଛନ୍ତି ଅକ୍ଷୟ ପରିଜା । ପୂର୍ବରୁ ଥରେ ନୋଟିସ ହୋଇଥିଲା । ଅସୁସ୍ଥତା ଦର୍ଶାଇ ପରିଜା ଆସିନଥିଲେ । ଅର୍ଚ୍ଚନାଙ୍କ ସହ ଅକ୍ଷୟଙ୍କୁ ବ୍ଲାକମେଲିଂ ନେଇ ଅଭିଯୋଗ ଆସିଥିଲା । ଅର୍ଚ୍ଚନାଙ୍କ ଲିଙ୍କ୍ ରେ ଥିବା ଜଣେ ଯୁବତୀ ତାଙ୍କୁ ବ୍ଲାକମେଲିଂ କରିଥିବା ନେଇ ସେ ନୟାପଲ୍ଲୀ ଥାନାରେ ଏତଲା ଦେଇଥିଲେ । ଏହି ଆଧାରରେ ତାଙ୍କୁ ଜେରା ହେଉଛି ।
ସେହିପରି ଆଜି ସକାଳୁ ବ୍ୟବସାୟୀ ଅମୀୟକାନ୍ତ ଦାଶଙ୍କୁ ଇଡି ଅଫିସରେ ଜେରା ଚାଲିଛି । ଅମୀୟକାନ୍ତ ୧୦ ଲକ୍ଷ ଟଙ୍କା ପଠାଇଥିବା ସୂଚନା ମିଳିଛି । ତେବେ କେଉଁ କାରଣ ପାଇଁ ସେ ଏତେ ଟଙ୍କା ପଠାଇଥିଲେ , ସେ ନେଇ ଇଡି ଖୋଳତାଡ କରୁଛି ।

LEAVE A REPLY

Please enter your comment!
Please enter your name here