ରାମ-ନାମ ସଙ୍କୀତର୍ଣ୍ଣ ଚାଲିବାବେଳେ ହଠାତ୍ ଚାଲିଗଲା ଜୀବନ । ଆମେ ସମସ୍ତେ ଜାଣିଛେ ଯେ, ଯେତେବେଳେ ଜଣଙ୍କ ପ୍ରାଣବାୟୁ ଚାଲିଯାଏ । ସେତେବେଳେ ମର ଶରୀରକୁ ଶ୍ମଶାନ ନେବାବେଳେ ରାମ ନାମ ସତ୍ୟ ହେ , ହରିନାମ ସତ୍ୟ ହେ ବୋଲାଯାଇଥାଏ । କିନ୍ତୁ ରାମ-ନାମ ସଙ୍କୀତର୍ଣ୍ଣ ଗାଉ ଗାଉ ହଠାତ ଚାଲିଯାଇଛି ଜଣଙ୍କ ଜୀବନ । ଚାଲିଥିଲା ସତସଙ୍ଗ କାର୍ଯ୍ୟକ୍ରମ। ମୃଦଙ୍ଗର ତାଳେ ତାଳେ ଗିନି ବଜାଇ ହରେ କୃଷ୍ଣ ହରେ ରାମ ଜପୁଥିଲେ ସମସ୍ତେ। ହେଲେ ନାମ ସଂକୀର୍ତ୍ତନ କରୁ କରୁ ହଠାତ୍ ଟଳିପଡିଲେ ପୂଜକ। ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସିନ୍ଦୁରପୁର ଗାଁର କୈଳାସ ପଣ୍ଡା ହଠାତ୍ ଟଳି ପଡିଥିଲେ । ସିନ୍ଦୁରପୁର ଗାଁର ଶ୍ରୀ ଗୋପାଳଜିଉ ପ୍ରଭୁଙ୍କ ସେବକ ହେଉଛନ୍ତି କୈଳାସ ପଣ୍ଡା । ବରଗଡ ଜିଲ୍ଲା ଟୁକୁରା ଠାରେ ସତସଙ୍ଗ କାର୍ଯ୍ୟକ୍ରମ ଚାଲିଥିଲା । ହରେ କୃଷ୍ଣ ହରେ ରାମ ସଙ୍କୀର୍ତ୍ତନ ଗାଉଥିଲେ କୈଳାସ । ହଠାତ୍ ସେ ତଳେ ଟଳିପଡିଥିଲେ । ସେଠାରେ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବହୁଳ ମାତ୍ରାରେ ଭାଇରାଲ ହେଉଛି ।

LEAVE A REPLY

Please enter your comment!
Please enter your name here