ଓଡିଶା ଆସିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ. ବିଶାଖାପାଟଣାରୁ ଏକ ସ୍ସତନ୍ତ୍ର ବିମାନ ଯୋଗେ ସପରିବାର ସହ ସେ ଅପରାହ୍ନରେ ଭୁବନେଶ୍ବରରେ ପହଞ୍ଚିଛନ୍ତି. ସନ୍ଧ୍ୟାରେ ସେ ନବୀନ ନିବାସ ଯ଼ାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ. ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ନବୀନ ନିବାସରେ ରାତ୍ରିଯାପନ ବି କରିବେ. ନବୀନ ନିବାସରେ କେସିଆରଙ୍କ ରାତ୍ରୀଯାପନ ଦୁଇ ନେତାଙ୍କ ବନ୍ଧୁତାକୁ ସ୍ପଷ୍ଟ କରୁଛି. ଆସନ୍ତାକାଲି ସେ ପୁରୀ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିବେ. ପରେ ସେ ପଶ୍ଚିମବଙ୍ଗ ଯାଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜଙ୍କୁ ଭେଟିବ. ସେଠାରୁ ସେ ନୂଆଦିଲ୍ଲୀ ଗସ୍ତ କରିବେ . ତେବେ କେସିଆରଙ୍କ ଓଡିଶାଗସ୍ତକୁ ରାଜନୈତିକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି.ତେଲେଙ୍ଗାନାରେ କେସିଆରଙ୍କ ବିଜୟ ପରେ ଆଞ୍ଚଳିକ ଦଳର ନେତୃତ୍ବ ନେଉଥିବାଙ୍କ ଦୁଇ ରାଜ୍ୟର ନେତା ଏବେ ମିଳିତ ଭାବେ କେନ୍ଦ୍ର ରାଜନୀତିକୁ ପ୍ରଭାବିତ କରିବେ. 2019 ସାଧାରଣ ନିର୍ବାଚନରେ ଅଣବିଜେପି ଦଳକୁ ଏକଜୁଟ କରି ନୂଆ ମେଣ୍ଟ ଗଠନରେ କେସିଆର, ନବୀନ ଓ ମମତାଙ୍କ ମେଣ୍ଚ ଗୁରୁତ୍ବପୂର୍ଣ୍ଣ ଭୂମିକା ନେବେ ବୋଲି ଚର୍ଚ୍ଚା ହେଉଛି.

LEAVE A REPLY

Please enter your comment!
Please enter your name here