ଜେଲ ଭିତରୁ ଆସୁଛି ମନ୍ତ୍ରୀଙ୍କ ନୂଆ ନୂଆ ଭିଡିଓ । ଥାନାରେ କେତେବେଳେ ଖଟି କରୁଛନ୍ତି ପୁଣି କେତେବେଳେ ମସାଜ୍ ନେଉଛନ୍ତି । ତିହାର ଜେଲରେ ବନ୍ଦି ଥିବା ଆପ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କର ଆଉ ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁ ଭିଡିଓରେ ସତ୍ୟେନ୍ଦ୍ର ଜୈନ ଜେଲର ସୁପରିଡେଣ୍ଡଣ୍ଟ ଏବଂ ନିଜ ସମ୍ପର୍କୀୟ ଆଉ ଦୁଇ କଏଦୀଙ୍କ ସହ ଖଟି କରୁଥିବା ଦେଖିବାକୁ ମିଳିଛି । ସତ୍ୟେନ୍ଦ୍ର ବେଡରେ ଆରାମ କରି ଖଟି କରୁଥିବା ନଜର ଆସିଛି । ବର୍ତ୍ତମାନ ନିଲମ୍ବିତ ଅଛନ୍ତି ଜେଲ ସୁପରିନଡେଣ୍ଡେଣ୍ଟ ଅଜିତ କୁମାର । ଏହି ଭିଡିଓ ୧୨ ସେପ୍ଟେମ୍ବର ରାତି ୮ଟାର । ପୂର୍ବରୁ ମନ୍ତ୍ରୀଙ୍କୁ ମସାଜ୍ ଦିଆଯାଉଥିବା ଭିଡିଓ ସାମ୍ନାକୁ ଆସିଥିଲା । ତେବେ ଜେଲର ସେଲ୍ ଭିତରେ ଅନ୍ୟ ଅନ୍ତେବାସୀଙ୍କ ସହ ମିଶି ଏଭଳି ଖଟି କରିବାକୁ ଅନୁମତି ନଥିଲେ ବି ମନ୍ତ୍ରୀଙ୍କ ପାଇଁ ସବୁ ବ୍ୟବସ୍ଥା କରାଯାଇଛି । ଅନ୍ୟପଟେ ଜେଲରେ ଭଲ ଖାଦ୍ୟ ଦିଆଯାଉନଥିବାରୁ ତାଙ୍କ ଓଜନ ୨୮ କେଜି କମିଥିବା ସତ୍ୟେନ୍ଦ୍ରଙ୍କ ଓକିଲ ଅଭିଯୋଗ କରିଥିଲେ । ତେବେ ଏହାକୁ ଖଣ୍ଡନ କରିବା ସହ ୮ କେଜି ଓଜନ ବଢିଛି ବୋଲି କହିଥିଲେ ଜେଲ୍ କର୍ତ୍ତୃପକ୍ଷ । ବେନାମୀ କମ୍ପାନୀ କରି ମନି ଲଣ୍ଡରିଂ ମାମଲାରେ ଇଡି ଦ୍ୱାରା ଗିରଫ ହୋଇ ଗତ ଜୁନରୁ ତିହାର ଜେଲରେ ଅଛନ୍ତି ଆପ୍ ମନ୍ତ୍ରୀ ।

LEAVE A REPLY

Please enter your comment!
Please enter your name here