ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଅଙ୍ଗନୱାଡି କର୍ମିଙ୍କ ଦରମା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଏନେଇ ମଙ୍ଗଳବାର ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୩୦୦୦ ଟଙ୍କା ପାଉଥିବା ଆଶାକର୍ମୀଙ୍କ ଦରମା ବୃଦ୍ଧି ପାଇ ୪୫୦୦ ରେ ପହଁଞ୍ଚିଥିବାବେଳେ ୨୨୦୦ ଟଙ୍କା ଦରମା ପାଉଥିବା କର୍ମୀ ଏଣିକି ୩୫୦୦ ପାଇବେ ବୋଲି ଘୋଷଣା କରାଯାଇଛି । ସେହିପରି ଅଙ୍ଗନୱାଡି ସହାୟିକା ମାନଙ୍କ ଦରମା ମଧ୍ୟ ବୃଦ୍ଧି କରାଯାଇଛି । ମାସିକ ୧୫୦୦ ଟଙ୍କା ପାଉଥିବା ସହାୟିକାମାନେ ଏଣିକି ୨୨୫୦ ପାଇବେ ।
ଅନ୍ୟପଟେ ଆଶାକର୍ମୀଙ୍କୁ ମଧ୍ୟ ଆଶାନୁରୂପ ଭେଟି ଦେଇଛନ୍ତି କେନ୍ଦ୍ର ସରକାର । ଏଣିକି ଆଶାକର୍ମୀ କେନ୍ଦ୍ର ସରକାରଙ୍କ ଠାରୁ ପାଉଥିବା ପ୍ରୋତ୍ସାହନ ରାଶିର ୨ ଗୁଣା ପାଇବେ ବୋଲି ମୋଦୀ ଘୋଷଣା କରିଛନ୍ତି । ସେହିପରି ସମସ୍ତ ଆଶାକର୍ମୀ ଏବଂ ସେମାନଙ୍କ ସହାୟିକାମାନେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଓ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅଧିନରେ ମାଗଣାରେ ବୀମା ପାଇ ପାରିବେ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ।