୨୦୨୪ ପାଇଁ ବିଜେଡିର ପ୍ରସ୍ତୁତି । ଆଗୁଆ ନିର୍ବାଚନ ଚର୍ଚ୍ଚା ଭିତରେ ଆଜି ବିଜୁ ଜନତା ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । କିଭଳି ସାଧାରଣ ନିର୍ବାଚନ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ ହେବ ? ବିଜେଡି ପାଇଁ କଣ ଚ୍ୟାଲେଞ୍ଜ ରହିଛି । କେମିତି ମୁକାବିଲା କରାଯାଇପାରିବ । ସେନେଇ ବୈଠକରେ ଆଲୋଚନା କରାଯାଇପାରେ ।
ପଦ୍ମପୁର ଉପନିର୍ବାଚନ ଫଳାଫଳ ପରେ ନବୀନ ନିବାସରେ ତୁହାକୁ ତୁହା ସମୀକ୍ଷା ବୈଠକ । ପଦ୍ମପୁର ଦାୟିତ୍ୱରେ ଥିବା ନେତାଙ୍କୁ ନେଇ ବସିଲା ଏହି ବୈଠକ । ଆୟୋଜିତ ଏହି ବୈଠକରେ ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସୁଶାନ୍ତ ସିଂ ଓ ଦେବୀ ମିଶ୍ର ପ୍ରମୁଖ ତୁଙ୍ଗ ନେତା ସାମିଲ ହୋଇଛନ୍ତି । ତେବେ ପଦ୍ମପୁର ବିଜୟର ସମୀକ୍ଷା ସହ ୨୦୨୪ ପାଇଁ ମଧ୍ୟ ରଣନୀତି ପ୍ରସ୍ତୁତ କରାଯାଉଥିବା ଚର୍ଚ୍ଚା ହେଉଛି ।