ରାଜ୍ୟରେ ୨୨୦୦ ପାର କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗୋଟିଏ ଦିନରେ ୧୪୧ ନୂଆ କରୋନା ପଜିଟିଭ ଚିହ୍ନଟ । ଗଞ୍ଜାମ ଜିଲ୍ଲାରୁ ୨୭ ଜଣ ନୂଆ ଭୂତାଣୁ ସଙ୍କ୍ରମିତ ଥିବାବେଳେ ଖୋର୍ଦ୍ଧାରୁ ୨୬, ନୂଆପଡାରୁ ୧୯, କେନ୍ଦ୍ରାପଡା ୧୩, ଯାଜପୁର ୧୦, ସୁନ୍ଦରଗଡରୁ ଚିହ୍ନଟ ହୋଇଛନ୍ତି ଆଉ ୮ ଜଣ ଆକ୍ରାନ୍ତ । ସେହିପରି ବଲାଙ୍ଗିରରୁ ୭ , କଟକରୁ ୬, ପୁରୀରୁ ୫, ଗଜପତି ଓ କେନ୍ଦୁଝର ଜିଲ୍ଲାରୁ ୪ ଜଣ ଲେଖାଏଁ ଥିବାବେଳେ ଢେଙ୍କାନାଳ ଓ ବାଲେଶ୍ୱର ଜିଲ୍ଲାରୁ ୨ ଜଣ ଲେଖାଏଁ ଭୂତାଣୁ ସଙ୍କ୍ରମିତ ହୋଇଛନ୍ତି । ନୟାଗଡ, ମୟୂରଭଞ୍ଜ, ଅନୁଗୁଳ ଓ ସମ୍ବଲପୁର ଜିଲ୍ଲାରୁ ଗୋଟିଏ ଲେଖାଏଁ ନୂଆ ପଜିଟିଭ ବାହାରିଛି । ଏମାନଙ୍କ ମଧ୍ୟରୁ ୧୧୦ ଜଣ କ୍ୱାରେଣ୍ଟିନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୩୧ଟି ରହିଛି ଲୋକାଲ କେସ୍ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨୪୫କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୧୨୪୫ ଜଣ । ଆକ୍ଟିଭ୍ କେସ୍ ୯୯୧କୁ ବୃଦ୍ଧି ପାଇଛି । ୭ ଜଣଙ୍କର ଜୀବନ ନେଇଛି କରୋନା

LEAVE A REPLY

Please enter your comment!
Please enter your name here