ଆସନ୍ତା ଜାନୁଆରୀ ୪ରୁ ୧୪ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଭିତରକନିକା । କୁମ୍ଭୀର ଗଣନା ଯୋଗୁଁ ୧୧ ଦିନ ବନ୍ଦ ରହିବ ଭିତରକନିକା । ରାଜନଗର ବନଖଣ୍ଡ ଅଧିକାରୀ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଭିତରକନିକା ଜାତୀୟ ଉଦ୍ୟାନ ଓ ଜାତୀୟ ଉଦ୍ୟାନ ବାହାରେ ଥିବା ନଦୀ ନାଳ ଗୁଡିକରେ କୁମ୍ଭୀରମାନଙ୍କର ଗଣନା କରାଯିବ । କୁମ୍ଭୀର ଗଣନା ସମୟରେ ଭିତରକନିକା ଜାତୀୟ ଉଦ୍ୟାନ ଦେଶ ବିଦେଶର ପର୍ଯ୍ୟଟକ ପାଇଁ ବନ୍ଦ ରହିବ । ୨୦୨୨ ଗଣନା ଅନୁଯାୟୀ ଭିତରକନିକାରେ ୧୭ ଶହ ୮୪ଟି ବଉଳା କୁମ୍ଭୀର ଅଛନ୍ତି । ଉଭୟ ଦିନ ରାତି ସମୟରେ କୁମ୍ଭୀର ଗଣନା କରାଯିବ ।

LEAVE A REPLY

Please enter your comment!
Please enter your name here