କଣ୍ଟାବାଜି ଆଲିସାନ ସିନେମା ହଲ ଭିତରେ ଗଣ୍ଡୋଗୋଳ ଘଟଣାରେ କଣ୍ଟାବାଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ସେଜି ସିଂଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ଜିମରୁ ନଗଦ ୧୯ ଲକ୍ଷ ଟଙ୍କା ସହିତ ବିଭିନ୍ନ ବ୍ରାଣ୍ଡର ମଦ ଜବତ ହୋଇଛି । କଣ୍ଟାବାଜି ଆଲିସାନ ସିନେମା ହଲ ଭିତରେ କୌଣସି ଏକ କାରଣକୁ ନେଇ ଗଣ୍ଡୋଗୋଳ ସମୟରେ ବିଧାୟକଙ୍କ ପୁଅ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା । ଏପିରିକି ପୋଲିସ ସହିତ ଗଣ୍ଡୋଗୋଳ କରୁଥିବାର କିଛି ଫଟୋ ଏବଂ ଭିଡିଓ ଭାଇରାଲ ହୋଇଛି ।
ଦୁଇଦିନ ପୂର୍ବରୁ ଆଲିସାନ ସିନେମା ହଲରେ ସେଜି କୌଣସି କାରଣରୁ ମାଲିକଙ୍କ ସହିତ ବଚସା କରିଥିଲେ । ବୁଧବାର ସଂଧ୍ୟାରେ ଆଲିସାନ ସିନେମା ହଲ ଭିତରେ ମାଲିକଙ୍କ ପୁଅକୁ ଆକ୍ରମଣ ହୋଇଥିଲା । ଏ ସମ୍ପର୍କରେ ବିଧାୟକ କି ପୁଅ କିଛି ପ୍ରତିକ୍ରୀୟା ଦେଇନାହାଁନ୍ତି । ବେଲପଡା ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here