ମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ୫ଦିନ ବିତିଲାଣି । ହେଲେ ଏଯାଏଁ ହତ୍ୟା ପଛର ରହସ୍ୟ ଉଠିପାରୁନି । ଏହାରି ଭିତରେ ଗୋପାଳର ହାତ ଲେଖା ଚିଠି ପାଇଖାନା ଟାଙ୍କିରୁ ମିଳିଛି । ଅନେକ କାଗଜ ଖଣ୍ଡ ସ୍ୱେରେଜ ଟାଙ୍କିରୁ ମିଳିଛି । ନିଜେ ଏହି ଚିଠି ଗୋପାଳ ଲେଖିଥିବା ସେ ମାନିଛି । ଚିଠିଟି ଇଂରାଜୀ ଏବଂ ଓଡିଆରେ ଲେଖାଯାଇଛି । ଗତକାଲି ରାତିରୁ କ୍ରାଇମବ୍ରାଞ୍ଚ ଏବଂ ପୋଲିସର ଟିମ୍ ଖୋଜାଖୋଜିରେ ଲାଗିପଡିଥିଲେ ।
ଗତକାଲି ରାତିରୁ ପୋଲିସ କିଛି ସୁରାକ ପାଇ ଝାରସୁଗୁଡା ବିମାନବନ୍ଦର ଥାନାର ସେଫ୍ଟି ଟାଙ୍କି ଖୋଳିଥିଲେ । ଅଭିଯୁକ୍ତ ଗୋପାଳ ଦାସ ସେଥିରେ କିଛି ଦସ୍ତାବିଜ୍ ପକାଇଥିବା ସନ୍ଦେହରେ ଖୋଳିଥିଲେ । କ୍ରାଇମବ୍ରାଞ୍ଚର ଏକ ଟିମ୍ ଗତକାଲି ରାତିରୁ ଏହି ସ୍ଥାନରେ ଖୋଳତାଡ କରୁଛନ୍ତି । ଅନ୍ୟପଟେ ଆଜି ଝାରସୁଗୁଡା ଏୟାରପୋର୍ଟ ଥାନାକୁ ଗୋପାଳକୁ ଅଣାଯାଇଥିଲା ହେଲେ ଥାନା ମୁହଁରୁ ଫେରାଇନେଇଥିଲେ ତଦନ୍ତକାରୀ ଅଧିକାରୀ । କାହିଁକି ଥାନାକୁ ଆଣିଲେ । ଯଦି ଗୋପାଳଙ୍କୁ ଥାନାକୁ ଆଣିଲେ ତେବେ କାହିଁକି ତାକୁ ଫେରାଇନେଲେ ତାକୁ ନେଇ ସନ୍ଦେହ ଉପୁଜୁଛି ।
ତେବେ କାହିଁକି ଗୋପାଳ ନବ ଦାସଙ୍କୁ ହତ୍ୟା କଲା? କଣ ଥିଲା ମନ୍ତ୍ରୀଙ୍କ ଉପରେ ରାଗ?
ମନ୍ତ୍ରୀଙ୍କ ପାଖାପାଖି ରହୁଥିବା ପୋଲିସ ଅଧିକାରୀ କାହିଁକି ତାଙ୍କୁ ମାରିଲେ ?
ଏବେ ସାଧାରଣ ଲୋକଙ୍କ ମନରେ ଏମିତି ଅନେକ ପ୍ରଶ୍ନ ।

LEAVE A REPLY

Please enter your comment!
Please enter your name here