ଶେଷରେ ବିଜେଡିରୁ ବହିଷ୍କୃତ ହେଲେ ଦଳର ବରିଷ୍ଠ ବିଧାୟକ ଦାମ ରାଉତ । ଗତ କିଛି ଦିନ ଧରି ଦାମ ବାବୁଙ୍କୁ ନେଇ ବିଜେଡିରେ ଚର୍ଚ୍ଚା ଲାଗିରହିଥିଲା । ଦାମବାବୁଙ୍କୁ ଦଳରୁ ବାହାର କରିବା ପାଇଁ ବିଜେଡିର ମାଷ୍ଟରପ୍ଲାନ ତିଆରି କରାଯାଇଥିଲା । ସେଥିପାଇଁ ଦୁଇ ଦିନ ତଳେ ତାଙ୍କ ବିରୋଧରେ ଲିଖିତ ଅଭିଯୋଗ କରିବା ପାଇଁ ଜଗତସିଂହପୁରର ଜିଲ୍ଲା ସଭାପତି ବିଷ୍ଣୁ ଦାସ ଓ ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ କୁହାଯାଇଥିଲା । ଏପରିକି ଜଗତସିଂହପୁର ଏରସମାରୁ ଶତାଧିକ କର୍ମୀଙ୍କୁ ଡକାଯାଇ ଦାମବାବୁଙ୍କ ବିରୋଧରେ ଅଭିଯୋଗ ଫର୍ଦ ଦାଖଲ କରାଯାଇଥିଲା । ଶେଷରେ ଦଳୀୟ କର୍ମୀଙ୍କ ଅସନ୍ତୋଷ ଓ ଅଭିଯୋଗ ଆଧାରରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ପ୍ରେସ ଇସ୍ତହାରରେ ଦାମ ବାବୁଙ୍କୁ ଦୟଲରୁ ବହିଷ୍କାର କରିଛନ୍ତି ।

LEAVE A REPLY

Please enter your comment!
Please enter your name here