ବିଜେପିର ଜନ ଆର୍ଶୀବାଦ ଯାତ୍ରାରେ ସାମିଲ ହେବାକୁ ଓଡିଶାରେ ଦୁଇ କେନ୍ଦ୍ରମନ୍ତ୍ରୀ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡିଶା ଗସ୍ତରେ ଆସିଛନ୍ତି । ଭୁବନେଶ୍ୱର ବିମାନବନ୍ଦରରେ ପହଁଞ୍ଚିବା ପରେ ଉଭୟଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ସେଠାରୁ ଦୁଇ ମନ୍ତ୍ରୀ ପୁରୀ ଗସ୍ତ କରିଥିଲେ । ପୁରୀରେ ଜଗନ୍ନାଥଙ୍କୁ ଦର୍ଶନ କରିବା ସହ ଆର୍ଶୀବାଦ ଭିକ୍ଷା କରିଥିଲେ । କେନ୍ଦ୍ର ସରକାରଙ୍କ ଜନ କଲ୍ୟାଣକାରୀ କାର୍ଯ୍ୟକ୍ରମ ନେଇ ବିଭିନ୍ନ ଜିଲ୍ଲା ବୁଲି ଜନତାଙ୍କୁ ଅବଗତ କରାଇବେ ଦୁଇ ମନ୍ତ୍ରୀ । ୨୨ ତାରିଖ ପର୍ଯ୍ୟନ୍ତ ଦୁଇ କେନ୍ଦ୍ରମନ୍ତ୍ରୀ ବିଭିନ୍ନ ସ୍ଥାନରେ ଜନ ଆର୍ଶୀବାଦ ଯାତ୍ରାରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ । ସେହିପରି ଆଜି ସଂଧ୍ୟାରେ ଟ୍ରେନ ଯୋଗେ ରାୟଗଡା ଯିବେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ୨୦ ତାରିଖରେ କୋରାପୁଟରେ ରହଣି ପରେ ୨୧ରେ ଜୟପୁର କାର୍ଯ୍ୟକ୍ରମ ସହ ନବରଙ୍ଗପୁର, ଟିଟିଲାଗଡ, କଟାବାଞ୍ଜି ଓ ପାଟଣାଗଡ ଦେଇ ବଲାଙ୍ଗୀର ଯିବେ । ୨୨ରେ ବଲାଙ୍ଗୀର ଗସ୍ତ କାର୍ଯ୍ୟକ୍ରମ ରହିଛି । ଉଭୟ ମନ୍ତ୍ରୀ ୪୧୯ କିଲୋମିଟର ଯାତ୍ରା କରି ୧୧୫ ଟି ସ୍ଥାନରେ କାର୍ଯ୍ୟକ୍ରମରେ ସାମିଲ ହେବେ । ଏହାବ୍ୟତୀତ ୭ ଜିଲ୍ଲାର ୬ ଲୋକସଭା ନିର୍ବାଚନମଣ୍ଡଳୀ ବୁଲିବେ ଦୁଇ ମନ୍ତ୍ରୀ ।

LEAVE A REPLY

Please enter your comment!
Please enter your name here