ମୋବାଇଲ ନିର୍ମାତା କମ୍ପାନୀ ଆପଲ ବୁଧବାର ଦିନ ଏକ ବଡ ଇଭେଣ୍ଟରେ ନିଜର ତିନୋଟି ସ୍ମାର୍ଟଫୋନକୁ ଲଞ୍ଚ୍ କରିଛି ଯାହା ମଧ୍ୟରେ XS, i Phone XS Max, ଏବଂ i Phone XR ରହିଛି. ଏଥିରେ କମ୍ପାନୀ ପ୍ରଥମଥର ପାଇଁ ଡୁଆଲ ସିମ ଫୋନ ଲଞ୍ଚ୍ କରିଛି. ତେବେ ଏହା କୈାଣସି ସାଧାରଣ ସିମ୍ ନୁହେଁ ବରଂ ଏହା ଏକ ଏ-ସିମ୍. ଏହାକୁ ଡିଜିଟାଲ ସିମ୍ କୁହାଯିବା ସହ ଏମବେଡେଡ୍ ସବସ୍କ୍ରାଇବର ଆଇଡିନଟିଟି ମୋଡ୍ୟୁଲ ମଧ୍ୟ  କୁହାଯାଏ. ଏହି ସିମକୁ ସାଧାରଣ ସିମ ପରି  ଫୋନରୁ ବାହାର କରିହୁଏ ନାହିଁ କି ବଦଳାଇ ହୁଏନାହିଁ. ତେବେ ଏହା ବିଭିନ୍ନ ପ୍ରକାର ସାଇଜରେ ଉପଲବ୍ଧ ହୋଇଥାଏ. ବଜାରରେ ମିଳୁଥିବା ସାଧାରଣ ସିମ କାର୍ଡ ପରି ଏହି ସିମ୍ କାମ କରିଥାଏ. ହେଲେ ଏହା ସାଧାରଣ ସିମ୍ ଠାରୁ ବହୁତ ଉନ୍ନତ ଧରଣର ହୋଇଥାଏ. ତେବେ ଭବିଷ୍ୟତରେ ଏହାକୁ କମ୍ୟୁନିକେସନ ପାଇଁ ମହତ୍ତ୍ୱପୂର୍ଣ୍ଣ ବୋଲି କୁହାଯାଉଛି. ଏହାର ବିଶେଷତ୍ୱ ହେଲା କି ଏହାକୁ ସର୍ଭିସ ପ୍ରୋଭାଇଡର ଦ୍ୱାରା ଆକ୍ଟିଭେଟ କରାଯାଇପାରିବ

LEAVE A REPLY

Please enter your comment!
Please enter your name here