ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାର ପ୍ରତିବାଦ କରୁଛି ବିଜେପି ।ଭୁବନେଶ୍ୱର ରାଜଭବନ ଆଗରେ ବିଜେପିର ନେତା ଓ କର୍ମୀ ଏକାଠି ହୋଇ ପ୍ରତିବାଦ କରିଛନ୍ତି । ଧାରଣାରେ ସାମିଲ ହୋଇଛନ୍ତି ବିଜେପି ରାଷ୍ଟ୍ରିୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ବିଜେପି ରାଷ୍ଟ୍ରିୟ ମୁଖପାତ୍ର ଅପରାଜିତା ଷଡଙ୍ଗୀ ସାମିଲ ହୋଇଛନ୍ତି । ମନ୍ତ୍ରୀ ନବ ଦାସଙ୍କ ହତ୍ୟଞାର ସିବିଆଇ ତଦନ୍ତ ଦାବି କରିଛି ବିଜେପି । ଓଡିଶାରେ ବିରୋଧୀ ଦଳ ନେତା ସୁରକ୍ଷିତ ନୁହଁନ୍ତି । ସୁରକ୍ଷା ପାଇଁ ଦାବି କରିଛନ୍ତି ଡି ପୁରନ୍ଦେଶ୍ୱରୀ । ଜାଣିଶୁଣି ଜୟନାରାୟଣଙ୍କୁ ମହିଳା ଆଇଆଇସିଙ୍କୁ ନେଇ ଠେଲାପେଲା ହୋଇଛି । ବିରୋଧୀ ଦଳ ନେତାଙ୍କ କଣ୍ଠରୋଧ ପାଇଁ ଷଡଯନ୍ତ୍ର କରାଯାଉଛି । ନବ ଦାସ ହତ୍ୟା ଉପରୁ ନଜର ହଟାଇବା ପାଇଁ ଷଡଯନ୍ତ୍ର କରାଯାଉଥିବା କହିଚନ୍ତି ବିଜେପି ରାଜ୍ୟ ପ୍ରଭାରୀ ।

LEAVE A REPLY

Please enter your comment!
Please enter your name here