ଧନୁପାଲି ମହିଳା ଆଇଆଇସିଙ୍କୁ ଚାପୁଡା ମାରିବା ଘଟଣାରେ ହେବ କି କାର୍ଯ୍ୟାନୁଷ୍ଠାନ । ଜୟନାରାୟଣ ମିଶ୍ରଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଛି । ଧନୁପାଲି ମହିଳା ଆଇଆଇସିଙ୍କୁ ଜୟନାରାୟଣ ମିଶ୍ରଙ୍କ ଆକ୍ରମଣ ଘଟଣାରେ ପୋଲିସର ତଦନ୍ତ ଜାରି ରହିଛି । ଭୁବନେଶ୍ୱର ଲୋୟର ପିଏମଜିରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ପ୍ରତିବାଦ କରାଯାଉଛି । ଜୟନାରାୟଣଙ୍କ କୁଶପୁତ୍ତଳିକା ଦାହ କରିବା ସହ ନିଜ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛି ବିଜେଡି । ତୁରନ୍ତ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆନଗଲେ ଆନ୍ଦୋଳନ ତିବ୍ର ହେବ ବୋଲି ଚେତାବନୀ ଦେଇଛି ଦଳ ।

LEAVE A REPLY

Please enter your comment!
Please enter your name here