ଲୋକାର୍ପିତ ହେଲା ଉତ୍କଳମଣୀଙ୍କ ଜନ୍ମସ୍ଥାନ । ଗୋପବନ୍ଧୁଙ୍କ ପ୍ରତିମୂତ୍ତିକୁ ଅନାବରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ଉତ୍କଳମଣୀଙ୍କ ବାସଗୃହ, ପୁଷ୍କରିଣୀ, ଢିଙ୍କିଶାଳ, ରୋଷଘର ବୁଲି ଦେଖିଛନ୍ତି । ମଞ୍ଚରେ ସୁଆଣ୍ଡୋବାସୀଙ୍କୁ ଉଦବୋଧନ ଦେଇ କହିଛନ୍ତି, ‘ମତେ ଆଜି ସୁଆଣ୍ଡୋ ଆସିବାର ସୁଯୋଗ ମିଳୁଥିବାରୁ ମୁଁ ନିଜକୁ ଧନ୍ୟମନେ କରୁଛି । ଏହି ମହା ପୁରୁଷଙ୍କ ଜନ୍ମମାଟିର ବିକାଶ ୫-ଟି ପଦକ୍ଷେପରେ ଅତି ସୁନ୍ଦର ଭାବରେ କରାଯାଇଥିବାରୁ ମୁଁ ବହୁତ ଖୁସି । ଓଡିଶାର ବରପୁତ୍ରମାନଙ୍କର ଜନ୍ମମାଟିର ବିକାଶ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି କରିଛନ୍ତି । ଉତ୍କଳ ଗୌରବ ମଧୂସୁଦନ ଦାସ, ଫକିରମୋହନ ସେନାପତି, ଗଙ୍ଗାଧର ମେହେର ଏବଂ ଅନ୍ୟ ବରପୂତ୍ରମାନେ ଆମ ଓଡିଶାରଗୌରବ ବଢାଇଛନ୍ତି । ଭୋଗ ନୁହେଁ ତ୍ୟାଗ ହିଁ ମହାନ୍ । ସେବା ହିଁ ଶ୍ରେଷ୍ଟ । ଏହା ହିଁ ଗୋପବନ୍ଧୁଙ୍କ ବାର୍ତ୍ତା । ସେ ସବୁବେଳେ ଆମ ପାଇଁ ପ୍ରେରଣା ହୋଇ ରହିଛନ୍ତି ଓ ରହିବେ ବୋଲି ନିଜ ଉଦବୋଧନରେ କହିଛନ୍ତି ନବୀନ

LEAVE A REPLY

Please enter your comment!
Please enter your name here