ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଆଜି ସିବିଆଇ କୋର୍ଟରେ ହାଜର କରାଯାଇଛି । ଆପ୍ ସମର୍ଥକଙ୍କ ଦ୍ବାରା ସମ୍ଭାବ୍ୟ ଗଣ୍ଡଗୋଳ ଆଶଙ୍କାରେ କୋର୍ଟ ବାହାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
ଦିଲ୍ଲୀ ଅବକାରୀ ନୀତି ସ୍କାମକୁ ନେଇ ସିସୋଦିଆଙ୍କୁ ସିବିଆଇ ଗିରଫ କରିବା ପରେ ପାଞ୍ଚଦିନ ରିମାଣ୍ଡରେ ନେଇଥିଲା । ଆଜି ରିମାଣ୍ଡ ଅବଧି ସରିବା ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଛି । ମନୀଷ ସିସୋଦିଆ ବେଲ୍ ପାଇଁ ଆବେଦନ କରିଛନ୍ତି । ସିସୋଦିଆ କହିଛନ୍ତି, ତାଙ୍କୁ ହାଜତରେ ରଖିବା ଦ୍ବାରା ତଦନ୍ତ କୌଣସି ଫଳପ୍ରଦ ହେବ ନାହିଁ । ଅନ୍ୟପକ୍ଷରେ ସିବିଆଇ ରିମାଣ୍ଡ ଅବଧି ବଢାଇବା ପାଇଁ ଆବେଦନ କରିଛି ।

LEAVE A REPLY

Please enter your comment!
Please enter your name here