ଆଜି ବିଜୁ ପଟନାୟକଙ୍କ ଜନ୍ମଦିନ I ରାଜ୍ୟ ସରକାର ଆଜିର ଦିନକୁ ପଂଚାୟତରାଜ ଦିବସ ଭାବେ ପାଳନ କରି ଆସୁଥିବା ବେଳେ ବିଜେପି ଆଜି ଦିନକୁ ଭ୍ରଷ୍ଟାଚାର ଦିବସ ଭାବେ ପାଳନ କରିଛି I ରାଜ୍ୟର 314ଟି ବ୍ଲକରେ ଦଳ ପକ୍ଷରୁ ଧାରଣା ପ୍ରତିବାଦ କରା ଯାଉଛି I ରାଜ୍ୟରେ ପଂଚାୟତିରାଜ ବ୍ୟବସ୍ଥା ଭୁଷୁଡ଼ି ପଡିଛି ବୋଲି ବିଜେପି ନେତାମାନେ ଅଭିଯୋଗ କରିଛନ୍ତି I ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହେଉଥିବା ବେଳେ ଗରିବ ଲୋକଙ୍କ ପାଇଁ ସରକାର କରୁଥିବା ଯୋଜନାର ସୁଫଳ ଲୋକଙ୍କ ପାଖରେ ପହଞ୍ଚି ପାରୁନି I

LEAVE A REPLY

Please enter your comment!
Please enter your name here