ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜରେ ଭାରତର 1-4ରେ ସିରିଜ ପରାଜୟ ପରେ ଭାରତୀୟ ଟିମର ଅଧିନାୟକ ବିରାଟ କୋହଲିଙ୍କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି କ୍ରିକେଟର ସୁନିଲ ଗାଭାସ୍କର. ଗାଭାସ୍କର ବିରାଟ କୋହଲିଙ୍କ ଅଭିଜ୍ଞତାକୁ ଲକ୍ଷ୍ୟ କରି ତାଙ୍କୁ ଆହୁରି ଶିଖିବାର ଅଛି ବୋଲି ମତ ପ୍ରକାଶ କରିଛନ୍ତି. ଖାଲି ସେତିକି ନୁହେଁ, ଭାରତ ସିରିଜ ହାରିବାରେ ସେଭଳି କିଛି ଆଶ୍ଚର୍ଯ୍ୟର କଥା ନଥିବା ମଧ୍ୟ ସେ କହିଛନ୍ତି. ଗାଭାସ୍କରଙ୍କ କହିବା ଅନୁସାରେ, ଇଂଲଣ୍ଡ ସହ ସିରିଜ ମୁକାବିଲା ପାଇଁ ଭାରତୀୟ ଟିମ୍ ପ୍ରସ୍ତୁତ ନଥିଲା. ସେ ଆହୁରି ମଧ୍ୟ କହିଛନ୍ତି, ଯଦି ଭାରତୀୟ ଟିମ୍ ପ୍ରସ୍ତୁତ ହେବାରେ ବିଫଳ ହୋଇଛି ତାହାଲେ ବିଫଳତାକୁ ସାମ୍ନା କରିବା  ପାଇଁ ପ୍ରସ୍ତୁତ ରହିବା ଦରକାର ଓ ଅନ୍ତରାଷ୍ଚ୍ରୀୟ କ୍ରିକେଟ ଖେଳିବା ପାଇଁ ସଂପୂର୍ଣ୍ଣରୂପେ ପ୍ରସ୍ତୁତ ହେବା ନିହାତି ଦରକାର. ସେଥିପାଇଁ ଇଂଲଣ୍ଡ ବିପକ୍ଷରେ ହାରିଥିବା ମ୍ୟାଚ୍  ବିଷୟରେ ନଭାବି ଅଷ୍ଟ୍ରେଲିଆ ବିପକ୍ଷରେ କିପରି ଭଲ ଓ ଉନ୍ନତ ପ୍ରଦର୍ଶନ କରିହେବ ସେ ଦିଗରେ ଚିନ୍ତା କରିବା ଦରକାର. ତେବେ ଗାଭାସ୍କରଙ୍କର ଏଭଳି ପ୍ରତିକ୍ରିୟା ପରେ ସାଧାରଣରେ ଚର୍ଚ୍ଚା ଜୋର ଧରିଛି. ଇଂଲଣ୍ଡ ଠାରୁ ବିରାଟ ବାହିନୀ 1-4 ରେ ସିରିଜ ହାରିବା ପରେ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଟିମକୁ କିଭଳିଭାବେ ପ୍ରସ୍ତୁତ କରିବ ଏବଂ ଦଳରେ ପରିବର୍ତ୍ତନ ହେବ କି ନାହିଁ ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି.

LEAVE A REPLY

Please enter your comment!
Please enter your name here