ଏୟାରଟେଲ କମ୍ପାନୀ ଗ୍ରାହକଙ୍କ ପାଇଁ 97 ଟଙ୍କାର କମ୍ବୋ ପ୍ରିପେଡ୍ ପ୍ଲାନ ଲଞ୍ଚ୍ କରିଛି ଯେଉଁଥିରେ ବ୍ୟବହାରକାରୀ ଫ୍ରି କଲିଂ ସହ ଡାଟାର ମଧ୍ୟ ଲାଭ ଉଠାଇପାରିବେ. ଏୟାରଟେଲର ଏହି ପ୍ଲାନ ରିଲାଏନ୍ସ ଜିଓ ଏବଂ ଭୋଡାଫୋନ ଆଇଡିଆକୁ ଟକ୍କର ଦେବା ସହ ସାରାଦେଶର ସର୍କଲରେ ଭାଲିଡ ରହିବ. ଏୟାରଟେଲର ଏହି ପ୍ଲାନରେ ବ୍ୟବହାରକାରୀ 21000 ସେକେଣ୍ଡ ଭଏସ୍ କଲିଂର ସୁବିଧା ପାଇପାରିବେ ଓ ତା ସହ ନ୍ୟାସନାଲ ରୋମିଂରେ ମଧ୍ୟ ଲାଭ ଉଠାଇପାରିବେ. ତେବେ ଏହାକୁ ବାଦ୍ ଦେଲେ ଗ୍ରାହକ 1.5GB 3G / 4G ଡାଟାର ଲାଭ ପାଇପାରିବେ. ଏହା ସହ ଗ୍ରାହକଙ୍କୁ 200 ଲୋକାଲ ଓ SDT SMS ମଧ୍ୟ ମିଳିବ. ଏହି ପ୍ଲାନରେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ଲୋକଙ୍କୁ 18000 ମିନିଟ ଭଏସ କଲିଂର ସୁବିଧା ମିଳୁଛି. ତେବେ ଏହି ପ୍ଲାନର ଅବଧି 28 ଦିନ ରହିଛି.

 

 

 

LEAVE A REPLY

Please enter your comment!
Please enter your name here