ରାହୁଲ ଗାନ୍ଧୀଙ୍କୁ ଲୋକସଭା ସଦସ୍ୟ ପଦରୁ ଅଯୋଗ୍ୟ ଘୋଷଣା କରାଯିବା ପରେ ଆଜି ଦଳ ପକ୍ଷରୁ ଦେଶବ୍ୟାପୀ ସତ୍ୟାଗ୍ରହ ପ୍ରଦର୍ଶନ କରାଯାଉଛି । ଦିଲ୍ଲୀ ରାଜଘାଟରେ ସଂକଳ୍ପ ସମାବେଶ କରିବା ପାଇଁ କଂଗ୍ରେସ ଚାହିଁଥିଲେ ମଧ୍ୟ ଦିଲ୍ଲୀ ପୋଲିସ ଅନୁମତି ଦେଇନାହିଁ । ଅନ୍ୟପକ୍ଷରେ ରାଜଘାଟରେ ପୋଲିସ ସୁରକ୍ଷା କଡାକଡି କରାଯାଇଛି । କଂଗ୍ରେସ ପକ୍ଷରୁ ଗାନ୍ଧୀ ମେମୋରିଆଲ ନିକଟରେ ସତ୍ୟାଗ୍ରହ କରାଯାଉଛି । ମୁହଁରେ କଳା କପଡା ବାନ୍ଧି କଂଗ୍ରେସ ସଭାପତି ମଲ୍ଲିକାର୍ଜୁୱ ଖାଡଗେ, ସାଧାରଣ ସଂପାଦକ ପ୍ରିୟଙ୍କା ଭଦ୍ରାଙ୍କ ସମେତ ଦଳୀୟ ନେତା ଓ କର୍ମୀମାନେ ନିରବ ପ୍ରତିବାଦ କରିଛନ୍ତି । ଦେଶବ୍ୟାପୀ କଂଗ୍ରେସ ପକ୍ଷରୁ ପ୍ରତିବାଦ ସଭା କରାଯାଇଛି ।

ରାହୁଲ ଗାନ୍ଧୀଙ୍କୁ ସାଂସଦ ପଦରୁ ଅଯୋଗ୍ୟ ଘୋଷଣା କରାଯିବା ବିଜେପିର ଏକ ଷଡଯନ୍ତ୍ର ବୋଲି ଆରୋପ ଲଗାଇଛି କଂଗ୍ରେସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ କହୁଥିବା ନେତାଙ୍କୁ ଚୁପ୍ କରିବା ପାଇଁ ଏହା ଏକ ପ୍ରାୟୋଜିତ ପଦକ୍ଷେପ ବୋଲି ଆକ୍ଷେପ କରିବା ସହ ବିଜେପି ଓ ମୋଦିଙ୍କ ଉପରେ କଂଗ୍ରେସ ନେତାମାନେ ବର୍ଷିଛନ୍ତି ।

ଲୋକସଭାରୁ ଅଯୋଗ୍ୟ ଘୋଷଣା ହେବା ପରେ ଗତକାଲି ସାମ୍ବାଦିକ ସମ୍ମିଳନୀ କରି ରାହୁଲ କହିଥିଲେ, ଯେତେଯାହା କଲେ ମଧ୍ୟ ମତେ କେହି ଚୁପ୍ କରିପାରିବେ ନାହିଁ । ମୁଁ ସଭରକର ନୁହେଁ, ଗାନ୍ଧୀ । ମୁଁ କ୍ଷମା ମାଗିବାର ପ୍ରଶ୍ନ ଉଠୁନାହିଁ ।

ରାହୁଲ କହିଛନ୍ତି, ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣକୁ ନେଇ ଭୟଭୀତ ଥିଲେ ଏବଂ ତାଙ୍କ ଆଖିରେ ସେ ଭୟର ସଂକେତ ଦେଖିଛନ୍ତି । ତେଣୁ ସଂସଦରେ ତାଙ୍କର ପରବର୍ତ୍ତୀ ଭାଷଣ ପୂର୍ବରୁ ଏଭଳି କରାଯାଇଛି ।

LEAVE A REPLY

Please enter your comment!
Please enter your name here