ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ପାଇଁ ପୁଣି ବଢିଲା ଅଡୁଆ । ଅକ୍ଷୟ ପରିଜାଙ୍କୁ ଏବେ ଘେରିଛନ୍ତି କଳାକାର । ଅକ୍ଷୟଙ୍କ ବିରୋଧରେ କରିଛନ୍ତି ନାରାବାଜି । କଳାକାରଙ୍କ ଅଭିଯୋଗ ହେଉଛି ଯେ , ଯେଉଁ ଚୁକ୍ତି ସେମାନଙ୍କ ସହ କରାଯାଇଥିଲା । ସେମାନଙ୍କୁ ଟଙ୍କା ଦିଆଯାଇନାହିଁ । ସେମାନଙ୍କର ପାଉଣା ସେମାନେ ପାଇବେ କେବେ । କିଛି କଳାକାର ଏକାଠି ହୋଇ ଅକ୍ଷୟ ପରିଜାଙ୍କ ବିରୋଧରେ ନାରାବାଜି କରିଛନ୍ତି । ଦରମା ଦେଉନଥିବା ପ୍ରତିବାଦରେ ହିରୋ-ହିରୋଇନ୍ ସମେତ ଅନ୍ୟ କର୍ମଚାରୀ ବି ଏକାଠି ହୋଇଛନ୍ତି । ୭ ମାସର ଦରମା ଅକ୍ଷୟ ପରିଜା ଦେଇନଥିବା କଳାକାର ଅଭିଯୋଗ କରିଛନ୍ତି ।
ଏହାର ପ୍ରତିକ୍ରୀୟା ଅକ୍ଷୟ ପରିଜା ରଖିଛନ୍ତି । ସେ କହିଛନ୍ତି ଯେ, ମୋତେ ବଦନାମ କରିବା ପାଇଁ ଚେଷ୍ଟା କରାଯାଉଛି । ଟେକ୍ନିକାଲ କାରଣ ଥିଲା ସେଥିପାଇଁ ପେମେଣ୍ଟରେ ବିଳମ୍ବ ହୋଇଛି । ବୈଷୟିକ କାରଣରୁ ୭୨ ଘଣ୍ଟା ଧରି ଆକାଉଣ୍ଟ ଅଚଳ ହୋଇଯାଇଥିଲା । ସକାଳ ୧୧ଟାରୁ ଆକାଉଣ୍ଟ ଠିକ୍ ହୋଇଛି ।ଖୁବଶୀଘ୍ର ଦରମା ଦେବା ପ୍ରକ୍ରିୟା ଆରମ୍ଭ ହେବ ।

LEAVE A REPLY

Please enter your comment!
Please enter your name here