କୋଟିଆରେ ଉତ୍କଳ ଦିବସ ପାଳିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ I ଖାଲି ପାଳନ କଲେନି, ବରଂ କୋଟିଆ ପଂଚାୟତରେ ଥିବା ଆନ୍ଧ୍ର ସରକାରୀ ବାବୁମାନଙ୍କୁ ଘଉଡ଼ାଇଲେ I କହିଲେ ନୋ ଆନ୍ଧ୍ର, ଓନଲି ଓଡିଶା, ଆନ୍ଧ୍ର ଗୋ ବ୍ୟାକ I
କୋଟିଆ ପଂଚାୟତକୁ ଓଡିଶାରୁ ଛଡେଇ ନେବା ପାଇଁ ଆନ୍ଧ୍ର ସରକାର ଅନେକଗୁଡିଏ ପଦକ୍ଷେପ ନେଉଥିବା ବେଳେ ଓଡିଶା ସରକାର ନାହିରେ ତେଲ ଦେଇ ବସିପଡ଼ୁଛନ୍ତି I ଯେମିତି ଆକ୍ରମଣାତ୍ମକ ପଦକ୍ଷେପ ନେବା କଥା ନେଉନାହାନ୍ତି I ମାତ୍ର ଏତେଦିନ ପରେ କେନ୍ଦ୍ର ମନ୍ତ୍ରୀ ଗୋଟେ ଭଲ ପଦକ୍ଷେପ ନେଇ ବାହା ବା ସାଉଁଟିଛନ୍ତି I ଆନ୍ଧ୍ର ଗୋ ବ୍ୟାକ ନାରା ଦେଇ କୋଟିଆବାସୀଙ୍କୁ ଯେତିକି ଉତ୍ସାହିତ କରିଛନ୍ତି, ଆନ୍ଧ୍ରକୁ ସେମିତି ଜବାବ ଦେଇଛନ୍ତି I

LEAVE A REPLY

Please enter your comment!
Please enter your name here