ନାତି ଆଇଏଏସ, ପୁଅ 30 କୋଟି ଟଙ୍କା ମୂଲ୍ୟ ସମ୍ପତ୍ତିର ମାଲିକ I ହେଲେ ବୁଢ଼ା ବାପା ମାଙ୍କୁ ଖାଇବାକୁ ଦେଲେନି I ପୁଅ ବୋହୁଙ୍କ ଅତ୍ୟାଚାରରେ ଅତିଷ୍ଠ ବାପା ମା ଆତ୍ମହତ୍ୟା କରିଦେଲେ I
ଗତ ବୁଧବାର ଦିନ ଏଭଳି ଦୁଃଖଦ ଘଟଣା ଘଟିଛି ହରିୟାଣାରେ I ହରିୟାଣା ବାଧରା ନିକଟସ୍ଥ ଗୋପୀ ଗାଁ ର 78 ବର୍ଷୀୟ ଜଗଦୀଶ ଓ ତାଙ୍କ 77 ବର୍ଷୀୟ ପତ୍ନୀ ଭାଗଲି ସଲଫସ ଟାବଲେଟ ଖାଇ ଆତ୍ମହତ୍ୟା କରିଛନ୍ତି I ସୁଇସାଇଡ ନୋଟରେ ଏହି ବୃଦ୍ଧ ଦମ୍ପତି ଯାହା ଉଲ୍ଲେଖ କରିଛନ୍ତି, ତାହା ଏକ ସଭ୍ୟ ସମାଜ ପାଇଁ ଲଜ୍ଜା I ପୁଅ 30 କୋଟିର ମାଲିକ ହୋଇଥିଲେ ବି ସେମାନଙ୍କୁ ଭଲରେ ଗଣ୍ଡେ ଖାଇବାକୁ ଦେଉ ନ ଥିଲା I ତେଣୁ ସେମାନେ ବାଧ୍ୟ ହୋଇ ଆତ୍ମହତ୍ୟା ରାସ୍ତା ବାଛି ନେଲେ I ସେମାନଙ୍କ ମୃତ୍ୟୁ ପାଇଁ ନିଲମ, ବିକାଶ, ସୁନିତା ଓ ବିରେନ୍ଦେର ଦାୟୀ ବୋଲି ଜଗଦୀଶ ଉଲ୍ଲେଖ କରିଛନ୍ତି I ନିଜ ପୁଅମାନଙ୍କ ଦ୍ୱାରା ଅତ୍ୟାଚାରକୁ ସେମାନେ ସହ୍ୟ କରିବା ସମ୍ଭବ ନ ହେବାରୁ ସଲଫସ ଟାବଲେଟ ଖାଇ ଆତ୍ମହତ୍ୟା କରିବାକୁ ନିଷ୍ପତି ନେଲେ I ଦୋଷୀ ପୁଅ ବୋହୁଙ୍କୁ ଶାସ୍ତି ବିଧାନ କରିବାକୁ ସେମାନେ ସରକାରଙ୍କୁ ଅନୁରୋଧ କରିଛନ୍ତି I ସେମାନଙ୍କୁ ଏଭଳି ଶାସ୍ତି ମିଳିବା ଦରକାର, ଯେପରି ବିଶ୍ୱର କୌଣସି ସନ୍ତାନ ସେମାନଙ୍କ ବାପା ମା ଙ୍କୁ ହଇରାଣ କରିବାକୁ ସାହସ କରିବେନି I ଏହା ହେଲେ ସେମାନଙ୍କ ଆତ୍ମାକୁ ଶାନ୍ତି ମିଳିବ ବୋଲି ଜଗଦୀଶ ସୁଇସାଇଡ ନୋଟରେ ଲେଖିଛନ୍ତି I ପୋଲିସ ଆଇଏଏସ ଅଫିସରଙ୍କ ବାପା ମାଙ୍କ ସମେତ ଚାରିଜଣଙ୍କ ନାଁ ରେ କେଶ ଦାୟର କରିଛି I

LEAVE A REPLY

Please enter your comment!
Please enter your name here