କୋଟିଆ ପ୍ରସଙ୍ଗରେ ବିଜେଡିକୁ ଟାର୍ଗେଟ କରିଛି ବିଜେପି ବିଧାୟକ । ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, ଆନ୍ଧ୍ରର ଭାଷା କହୁଛି ବିଜେଡି । ଆନ୍ଧ୍ର ଅଧିକାରୀଙ୍କୁ କୋଟିଆରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୋ ବ୍ୟାକ ବୋଲି କହିଥିଲେ । ଏହା ଉପରେ ବିଜେଡି ତରଫରୁ କୁହାଯାଇଥିଲା, ବିବାଦର ସମାଧାନ ପାଇଁ କେନ୍ଦ୍ରର ଆନ୍ତରିକତା ନାହିଁ । ଏହା ଆନ୍ଧ୍ରର ଭାଷା ବୋଲି କହିଛନ୍ତି ସୂର୍ଯ୍ୟବଂଶୀ ସୂରଜ । କେନ୍ଦ୍ରମନ୍ତ୍ରୀଙ୍କର ମନ୍ତବ୍ୟକୁ ବିରୋଧ କରିବା ଦୁଭାର୍ଗଜନକ । ଅସହିଷ୍ଣୁ ହୋଇ ବିଜେଡି ନେତା ଏଭଳି ମନ୍ତବ୍ୟ ରଖୁଥିବା ସେ କହିଛନ୍ତି ।