ଅନୁଗୁଳରେ ଏକ ପିକନିକ୍ ବସ୍ ଦୁର୍ଘଟଣାଗ୍ରସ୍ତ  ହୋଇଛି. ଫଳରେ 41 ଜଣ ଆହତ ହୋଇଥିବା ସୂଚନା ମିଳିଛି, ମଙ୍ଗଳବାର ବିଳମ୍ବିତ ରାତିରେ ବସଟି ଅନୁଗଗୁଳରୁ ରାଉରକେଲା ଅଭିମୁଖେ ଯାତ୍ରା କରୁଥିଲା. ମାତ୍ର ବଅଁରପାଳ ନିକଟରେ ଏହି ବସଟି ଅନ୍ୟ ଏକ ଟ୍ରକ ସହ ମୁହାଁମୁହିଁ ହୋଇଥିଲା. ତେବେ ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ରପଡାର ବଡହାଟ ଓ ଠାକୁରପାଟଣାର ପ୍ରାୟ 60 ଜଣ ଲୋକ ରାଉରକେଲାକୁ ପିକନିକ୍ ପାଇଁ ଯାଉଥିଲେ. କିନ୍ତୁ ଦୁର୍ଭାଗ୍ୟବଶତଃ ବଅଁରପାଳ ଥାନା ନିକଟ ଗୋତମରାଠାରେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା. ଫଳରେ 41 ଜଣ ଆହତ ହୋଇଥିଲେ. ସେମାନଙ୍କ ମଧ୍ୟରୁ 2 ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ପୋଲିସ ସୂଚନା ଦେଇଛି. ପରବର୍ତ୍ତୀ ସମୟରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ସମସ୍ତ ଆହତଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି.

 

LEAVE A REPLY

Please enter your comment!
Please enter your name here