ଅତାବିରା ଏନଏସି ନିର୍ବାଚନରେ ବାଜି ମାରିଛି ବିଜେଡି । ୧୨ଟି ରୁ ୧୧ଟି ୱାର୍ଡରେ ବିଜୟ ହୋଇଛନ୍ତି ବିଜେଡି ପ୍ରାର୍ଥୀ । କେବଳ ଗୋଟିଏ ୱାର୍ଡରେ କଂଗ୍ରେସ ପ୍ରାର୍ଥୀ ବାଜିମାତ କରିଛନ୍ତି । ବିଜେଡିର ବନମାଳୀ ବରିହା ଅତାବିରା ଏନଏସି ଅଧ୍ୟକ୍ଷ ପଦରେ ବାଜି ମାରିଛନ୍ତି । ବିଜେଡିର ଅଧ୍ୟକ୍ଷ ପ୍ରାର୍ଥୀ ଭାବରେ ବନମାଳି ବରିହା ତାଙ୍କ ନିକଟତମ ପ୍ରାର୍ଥୀ କଂଗ୍ରେସର ସବିତା ଭୋଇଙ୍କ ଠାରୁ ୪ହଜାରରୁ ଅଧିକ ଭୋଟ ବ୍ୟବଦଶନରେ ବିଜୟୀ ହୋଇଛନ୍ତି । ବଜୟ ପରେ ଅତାବିରାରେ ସେଲିବ୍ରେସନ ଆରମ୍ଭ ହୋଇଯାଇଛି । ଆଜି କଡା ସୁରକ୍ଷାରେ ଭୋଟ ଗଣତି ଆରମ୍ଭ ହୋଇଥିଲା ।
ହିନ୍ଦୋଳରେ ମଧ୍ୟ ବିଜେଡି ବାଜିମାତ କରିଛି । ବିଜେଡି ହାତେଇଛି ହିନ୍ଦୋଳ ଏନଏସି । ଲଗାତାର ଦ୍ୱିତୀୟ ଥର ପାଇଁ ହିନ୍ଦୋଳ ଏନଏସି ଅକ୍ତିଆର କରିଛି ଦଳ । ବିଜେଡି ଅଧ୍ୟକ୍ଷ ପ୍ରାର୍ଥୀ କେଶବ ଚନ୍ଦ୍ର ପ୍ରଧାନ ୪୨୪ ଖଣ୍ଡ ଭୋଟ ବ୍ୟବଧାନରେ ବାଜିମାତ କରିଛନ୍ତି । ୪୩୪୭ ଖଣ୍ଡ ଭୋଟ ବିଜୟୀ ହୋଇଛନ୍ତି କେଶବ ଚନ୍ଦ୍ର । ବିଜେପି ପ୍ରାର୍ଥୀ ସୋଭାଗୀନି ପ୍ରଧାନଙ୍କ ଖାତାରେ ପଡିଥିଲା ୩୯୨୩ ଖଣ୍ଡ ଭୋଟ୍ । ୧୬ଟି ୱାର୍ଡରେ ବିଜେଡି ୧୧ ଏବଂ ବିଜେପି ପ୍ରାର୍ଥୀ ୫ଟି ୱାର୍ଡରେ ବିଜୟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here