ରାଜ୍ୟରେ ଦିନକରେ କରୋନା ଯୋଗୁଁ ୨୧ ଜଣଙ୍କର ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪, ଅନୁଗୁଳରୁ ୩ ଆକ୍ରାନ୍ତ କରୋନାରେ ପ୍ରାଣ ହରାଇଛନ୍ତି । କଳାହାଣ୍ଡି, କେନ୍ଦ୍ରାପଡା, ପୁରୀ ଜିଲ୍ଲାରୁ ୨ ଲେଖାଏଁ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ରାୟଗଡା ଓ ସୁନ୍ଦରଗଡରୁ ମଧ୍ୟ ୨ ଲେଖାଏଁ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । ବୌଦ୍ଧ, ଗଜପତି, କୋରାପୁଟ ଓ ନୂଆପଡାରୁ ଜଣେ ଲେଖାଏଁ ମୃତ । ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୨୨୯୪କୁ ବୃଦ୍ଧି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୧ ହଜାର ୮୦୫ ସଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୧୪ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ସୁନ୍ଦରଗଡ ଜିଲ୍ଲାରୁ ୧୨୦୯, କଟକ- ୧୧୯୭, ଅନୁଗୁଳ-୬୬୮,ବାଲେଶ୍ୱର-୩୦୩, ବରଗଡ-୪୨୧, ଭଦ୍ରକ-୩୦୦, ବଲାଙ୍ଗୀର-୩୫୮, ମାଲକାନଗିରି-୯୪, ମୟୂରଭଞ୍ଜ-୩୭୪, ନବରଙ୍ଗପୁର-୨୩୯, ନୟାଗଡ-୨୮୦, ନୂଆପଡା-୩୦୭, ପୁରୀ-୩୮୮, ରାୟଗଡା-୧୩୭, ସମ୍ବଲପୁର-୫୫୩, ସୋନପୁର-୨୧୪, ଷ୍ଟେଟପୁଲରୁ ୨୮୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୪୯୨କୁ ବୃଦ୍ଧି ପାଇଛି ।

LEAVE A REPLY

Please enter your comment!
Please enter your name here