ଗତ ଦୁଇଦିନ ଧରି ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇଥିବା ବେଳେ ଆସନ୍ତା ଦୁଇଦିନ ଭିତରେ ତାପମାତ୍ରା ଆହୁରି ଦୁଇରୁ ତିନି ଡିଗ୍ରି ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଇ ଦିଆଯାଇଛି । ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବାହିତ ହେଉଥିବାରୁ ତାପମାତ୍ରା ବୃଦ୍ଧି ପାଉଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ତାପମାତ୍ରାରେ ପରିବର୍ତ୍ତନ ହେଉଥିବା ଯୋଗୁ ଜନସାଧାରଣ ସତର୍କତାମୂଳକ ପଦକ୍ଷେପ ନେବା ଉପରେ ଗୁରୁତ୍ବ ଦିଆଯାଇଛି ।

ଆଜି ଦିନ ସାଢେ 11ଟା ସୁଦ୍ଧା ଭୁବନେଶ୍ବରରେ ତାପମାତ୍ରା 37.2 ଡିଗ୍ରୀ ସେଲସିଅସ ରେକର୍ଡ କରାଯାଇଛି । ଝାରସୁଗୁଡାରେ ମଧ୍ୟ ତାତି 37 ଡିଗ୍ରି ଉପରେ ରହିଛି । ସାରା ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇଥିବା ବେଳେ ଆକାଶ ପରିଷ୍କାର ଥିବାରୁ ତାତି ଆହୁରି ବଢିବ ବୋଲି ଆଶଙ୍କା କରାଯାଇଛି । ଏବେ କାଳବୈଶାଖୀ ଆଶଙ୍କା ନ ଥିବାରୁ ତାତି ଆହୁରି ବୃଦ୍ଧି ପାଇବ ।

LEAVE A REPLY

Please enter your comment!
Please enter your name here