ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ଜଳୁଛି ସାରା ଓଡିଶା । ଗତକାଲି ଭଳି ଆଜି ବି ରାଜଧାନୀ ଭୁବନେଶ୍ବରର ତାପମାତ୍ରା ଦିନ ସାଢେ 11 ଟା ସୁଦ୍ଧା ତାପମାତ୍ରା 39 ଡିଗ୍ରୀ ସେଲସିଅସ ରହିଛି । ସମ୍ବଲପୁରରେ ତାପମାତ୍ରା 38 ଓ ଝାରସୁଗୁଡାରେ 37 ଡିଗ୍ରୀ ରହିଛି । ଦିନ ସାଢେ ଏଗାରଟା ସୁଦ୍ଧା ରାଜ୍ୟର 10ଟି ସହରର ତାପମାତ୍ରା 32 ଡିଗ୍ରୀ ଉପରେ ରହିଛି । ଅସହ୍ୟ ଗରମ ଯୋଗୁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଆସନ୍ତା 16 ତାରିଖ ପର୍ଯ୍ୟନ୍ତ ତାପମାତ୍ରା ଆହୁରି ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଜରୁରୀ କାର୍ଯ୍ୟ ନ ଥିଲେ ବାହାରକୁ ନ ଯିବା ପାଇଁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here