ଜଣେ ଯାତ୍ରୀଙ୍କ ହରକତ ପାଇଁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନ ଆଜି ନୂଆଦିଲ୍ଲୀର ଜରୁରୀ ଅବତରଣ କରିଛି । ଜରୁରୀ ଅବତରଣ କରିଥିବା ଏହି ବିମାନ ଦିଲ୍ଲୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡାଣ ଆରମ୍ଭ କରିବାର କିଛି ସମୟ ପରେ ଜଣେ ଯାତ୍ରୀଙ୍କ ହରକତ ଆରମ୍ଭ ହୋଇଯାଇଥିଲା । ବିମାନର ଦୁଇଜଣ କ୍ରିଉମେମ୍ବରଙ୍କ ସହ ଯାତ୍ରୀ ଜଣକ ପାଟିତୁଣ୍ଡ କରିବା ଆରମ୍ଭ କରିଦେଇଥିଲେ । ବିମାନ କର୍ମଚାରୀମାନେ ଯେତେ ବୁଝାଇଥିଲେ ମଧ୍ୟ ସେ ବୁଝିବାକୁ ପ୍ରସ୍ତୁତ ନ ଥିଲେ । ଝଗଡା କ୍ରମଶଃ ବଢିବାକୁ ଲାଗିଥିଲା । ଯାତ୍ରୀ ଜଣକ କ୍ରିଉ ମେମ୍ବରଙ୍କୁ ଶାରିରୀକ ଆଘାତ ଦେଇଥିଲେ । ଶେଷରେ ବିମାନକୁ ଦିଲ୍ଲୀ ବିମାନବନ୍ଦରକୁ ଫେରାଇ ଆଣିଥିଲେ ପାଇଲଟ । ଦିଲ୍ଲୀରେ ଯାତ୍ରୀଙ୍କୁ ଓହ୍ଲାଇ ଦିଆଯିବା ସହ ପୋଲିସକୁ ହସ୍ତାନ୍ତର କରାଯିବା ସହ ତାଙ୍କ ନାଁରେ ଏଫଆଇଆର ଦିଆଯାଇଛି ।

ଗତବର୍ଷ ନଭେମ୍ବର ମାସରେ ନ୍ୟୁୟୋର୍କରୁ ନୂଆଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ଏକ ବିମାନରେ ଜଣେ ଯାତ୍ରୀ ମଦନିଶାରେ ମହିଳା ସହଯାତ୍ରୀଙ୍କ ଉପରେ ପରିସ୍ରା କରିଦେଇଥିବା ଭଳି ଘଟଣା ଘଟିଥିଲା ।

LEAVE A REPLY

Please enter your comment!
Please enter your name here