ପୁଣି ଚର୍ଚ୍ଚାରେ ଗଞ୍ଜାମ ଜିଲ୍ଲା ଢୁଙ୍କାପଡାର ଆରତୀ ଦେବୀ । ଜଣେ ଉଚ୍ଚ ଶିକ୍ଷିତା ବ୍ୟାଙ୍କ ଚାକିରୀ ଛାଡି ରାଜନୀତିରେ ପ୍ରବେଶ କରି ୨୦୧୨ରେ ଦେଶର ସର୍ବ କନିଷ୍ଠ ମହିଳା ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ । ଟିପ ନୁହେଁ ଦସ୍ତଗତ ଦିଅ , ନାରୀ ଶିକ୍ଷା ଓ ମହିଳା ଗ୍ରାମସଭା ଭଳି କାର୍ଯ୍ୟ ହାତକୁ ନେଇ ଚର୍ଚ୍ଚାରେ ଥିଲେ । ବର୍ତ୍ତମାନ ଦିର୍ଘ ବର୍ଷ ପରେ ଆରତୀ ଦେବୀଙ୍କ ଆଦର୍ଶ ଓ କାର୍ଯ୍ୟରେ ଅନୁପ୍ରାଣୀତ ହୋଇ ଏକ ବହୁଭାଷୀ ଚଳଚ୍ଚିତ୍ର ମୁକ୍ତିଲାଭ କରିଛି । ଚଳଚ୍ଚିତ୍ରର ନାମ ସାର ମାଡାମ ସରପଞ୍ଚ । ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ଜୁରୀ ଆୱାର୍ଡ ପାଇବା ସହ ବହୁ ପ୍ରଶଂସା ସାଉଁଟିଛି ଏହି ଓଡ଼ିଆ ମହିଳା ସରପଞ୍ଚ ଙ୍କ କାହାଣୀ । ଦେଶର ସବୁଠୁାରୁ କନିଷ୍ଠ ସରପଞ୍ଚ ଥିଲେ ଆରତୀ ।

LEAVE A REPLY

Please enter your comment!
Please enter your name here