ସମ୍ବଲପୁରରେ କର୍ଫ୍ୟୁ । ଗତକାଲି ମଧ୍ୟରାତ୍ରୀ ୧୨ଟାରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଜାରି ରହିବ ଏହି କର୍ଫ୍ୟୁ । ସମ୍ବଲପୁର ସହରର ୬ଟି ଥାନା ଅଞ୍ଚଳରେ ଏହି କର୍ଫ୍ୟୁ ଜାରି କରାଯାଇଛି । ଏନେଇ ସମ୍ବଲପୁର ଉପଜିଲ୍ଲାପାଳ ଜାରି କରିଛନ୍ତି ବିଗ୍ୟପ୍ତି । କୌଣସି ଅପ୍ରୀତିକର ପରିସ୍ଥିତି ଏଡାଇବାକୁ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । କୌଣସି ବ୍ୟକ୍ତିବିଶେଷ ଘର ବାହାରକୁ ବାରଣ କରାଯାଇଛି । ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ସମୟ ନିର୍ଦ୍ଧାରଣ ରହିଛି । ସକାଳ ୮ଟାରୁ ୧୦ଟା , ଅପରାହ୍ନ ୩ଟା ୩୦ରୁ ୫ଟା ୩୦ ମଧ୍ୟରେ କିଣିପାରିବେ ସାମଗ୍ରୀ । କୌଣସି ମେଡିକାଲ ଏମର୍ଜେନ୍ସି ପାଇଁ ହେଲ୍ପଲାଇନ ନମ୍ବର ମଧ୍ୟ ଜାରି କରାଯାଇଛି । ହେଲ୍ପଲାଇନ ନମ୍ବର ହେଉଛି ୭୬୫୫୮୦୦୭୬୦ । ଗୁଜବରେ ନ ବିଶ୍ୱାସ କରିବାକୁ ଜିଲ୍ଲାପାଳ ଅନନ୍ୟା ଦାସ ପରାମର୍ଶ ଦେଇଛନ୍ତି ।
ସେହିପରି ସମ୍ବଲପୁରରେ ବନ୍ଦ ଥିବା ଇଣ୍ଟରନେଟ ସେବା ଅବଧି ପୁଣି ବଢିଲା । ଆସନ୍ତା ୧୭ ତାରିଖ ଦିନ ୧୦ଟା ଯାଏଁ ଇଣ୍ଟରନେଟ ସେବା ବନ୍ଦ । ଆଜି ସକାଳ ୧୦ଟା ଯାଏ ବନ୍ଦ ଥଲା ଇଣ୍ଟରନେଟ ସେବା । ଇଣ୍ଟରନେଟ ବନ୍ଦ ନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି

LEAVE A REPLY

Please enter your comment!
Please enter your name here